ନୂଆଦିଲ୍ଲୀ, ୧୭ ସେପ୍ଟେମ୍ବର ୨୦୨୬ (ସିଂହନାଦ): ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନକୁ ନେଇ ଆଇନଗତ ଲଢ଼େଇ ଆରମ୍ଭ ହୋଇଛି। ₹୨,୦୦୦ରୁ ଅଧିକ କେତେକ UPI Person-to-Merchant (P2M) ଲେନଦେନରେ Merchant Discount Rate (MDR) ଲାଗୁ କରିବା ସମ୍ପର୍କିତ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ PIL ଦାଖଲ ହୋଇଛି।
ରିପୋର୍ଟ ଅନୁସାରେ, ₹୨,୦୦୦ ପର୍ଯ୍ୟନ୍ତ UPI ଲେନଦେନରେ ପୂର୍ବଭଳି ‘ନୋ-ଚାର୍ଜ’ ବ୍ୟବସ୍ଥା ରହିବ। କିନ୍ତୁ ₹୨,୦୦୦ରୁ ଅଧିକ କେତେକ ବ୍ୟବସାୟିକ UPI ଲେନଦେନରେ MDR ଲାଗୁ କରିବାର ବ୍ୟବସ୍ଥା ଅକ୍ଟୋବର ୧୫, ୨୦୨୬ରୁ ଲାଗୁ ହେବାକୁ ଥିବା ରିପୋର୍ଟ ପ୍ରକାଶ ପାଇଛି।
ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ, ଯୋଗ୍ୟ ₹୨,୦୦୦ରୁ ଅଧିକ UPI P2M ଲେନଦେନରେ ୦.୪ ପ୍ରତିଶତ MDR, ପ୍ରତି ଲେନଦେନରେ ସର୍ବାଧିକ ₹୩୦୦ ପର୍ଯ୍ୟନ୍ତ, ଲାଗୁ ହେବାର ବ୍ୟବସ୍ଥା ରହିଛି। ଏହି ଚାର୍ଜ ଗ୍ରାହକଙ୍କ ଉପରେ ସିଧାସଳଖ ଲାଗୁ ହେବା ନୁହେଁ; ଏହା ବ୍ୟବସାୟୀ ପକ୍ଷରେ ଲାଗୁ ହେବାକୁ ଥିବା ରିପୋର୍ଟରେ କୁହାଯାଇଛି।
ଏହି ନୂଆ ବ୍ୟବସ୍ଥାକୁ ନେଇ ଦାଖଲ PILରେ ଡିଜିଟାଲ୍ ପେମେଣ୍ଟ ଓ ବ୍ୟବସାୟୀମାନଙ୍କ ଉପରେ ପଡ଼ିପାରୁଥିବା ପ୍ରଭାବ ସମ୍ପର୍କରେ ଆପତ୍ତି ଉଠାଯାଇଛି।
ତେବେ, ଏହି ମାମଲାରେ ସୁପ୍ରିମକୋର୍ଟ ଏପର୍ଯ୍ୟନ୍ତ ଶୁଣାଣି ପାଇଁ କୌଣସି ତାରିଖ ଧାର୍ଯ୍ୟ କରିନାହାନ୍ତି। ତେଣୁ ନୂଆ UPI ଚାର୍ଜ ବ୍ୟବସ୍ଥାକୁ ନେଇ ଆଗାମୀ ଆଇନଗତ ପଦକ୍ଷେପ ଉପରେ ନଜର ରହିଛି।
Thanks for reading: ₹୨,୦୦୦ରୁ ଅଧିକ UPI ପେମେଣ୍ଟରେ ଚାର୍ଜ! ନୂଆ ନିୟମକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ, Sorry, my English is bad:)

