SIMHANAAD | ୧୭ ଅଗଷ୍ଟ ୨୦୨୬: ଇଣ୍ଡୋନେସିଆର ପୂର୍ବ ନୁସା ତେଙ୍ଗାରା ପ୍ରଦେଶର ଫ୍ଲୋରେସ୍ ଦ୍ୱୀପ ଅଞ୍ଚଳରେ ଘଟିଥିବା ୭.୭ ତୀବ୍ରତାର ଭୂକମ୍ପରେ ଅତିକମରେ ୬୮ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଛି। ୨୦୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ବହୁ ଘର ଓ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ଭୂସ୍ଖଳନ ଯୋଗୁଁ କେତେକ ଅଞ୍ଚଳରେ ଯୋଗାଯୋଗ ଓ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି।
ଭୂକମ୍ପ ପରେ ଅଞ୍ଚଳରେ ଅନେକ ଆଫ୍ଟରଶକ୍ ଅନୁଭୂତ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଭୟର ପରିବେଶ ରହିଛି। ଅନେକ ପରିବାର ଘର ଛାଡ଼ି ସୁରକ୍ଷିତ ଖୋଲା ସ୍ଥାନରେ ଆଶ୍ରୟ ନେଇଛନ୍ତି।
ସ୍ଥାନୀୟ ପ୍ରଶାସନ, ସେନା, ପୁଲିସ ଓ ଉଦ୍ଧାରକାରୀ ଦଳ ପକ୍ଷରୁ ଧ୍ୱଂସାବଶେଷ ମଧ୍ୟରୁ ଲୋକଙ୍କୁ ଖୋଜିବା ସହ ଆହତଙ୍କୁ ହସ୍ପିଟାଲ ପଠାଯାଉଛି। ପ୍ରଭାବିତ ଲୋକଙ୍କ ପାଇଁ ଖାଦ୍ୟ, ପାଣି ଓ ଚିକିତ୍ସା ସହାୟତା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଉଛି।
ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି।
Thanks for reading: ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ: ୬୮ ମୃତ, ୨୦୦ରୁ ଅଧିକ ଆହତ, Sorry, my English is bad:)


