ଭବାନୀପାଟଣା–ଖରିଆର ସଡ଼କ ହେବ ଫୋର୍-ଲେନ୍, ତେଲ ନଦୀ ସେତୁର ହେବ ନବୀକରଣ
ଭବାନୀପାଟଣା: କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାବାସୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଦୀର୍ଘଦିନର ଅପେକ୍ଷା ପରେ ଭବାନୀପାଟଣା–ଖରିଆର ସଡ଼କକୁ ଚାରି-ଲେନ୍ରେ ପରିଣତ କରିବା ଦିଗରେ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହା ସହ ତେଲ ନଦୀ ଉପରେ ଥିବା ପୁରୁଣା ସେତୁର ନବୀକରଣ କାମ ମଧ୍ୟ କରାଯିବ।
ଏହି ମହତ୍ୱାକାକ୍ଷି ,ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଭବାନୀପାଟଣାରୁ ଖରିଆର ପର୍ଯ୍ୟନ୍ତ ଯାତ୍ରା ଅଧିକ ଦ୍ରୁତ, ସୁରକ୍ଷିତ ଓ ସୁବିଧାଜନକ ହେବ। ଏହା ଦ୍ୱାରା କଳାହାଣ୍ଡି ଓ ନୂଆପଡ଼ା ମଧ୍ୟରେ ବ୍ୟବସାୟ, ପରିବହନ, ଶିକ୍ଷା ଓ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବ ବୋଲି ଆଶା କରାଯାଉଛି।
ସ୍ଥାନୀୟ ଲୋକଙ୍କ ମତରେ, ଫୋର୍-ଲେନ୍ ସଡ଼କ ନିର୍ମାଣ ହେଲେ ଦୁର୍ଘଟଣା କମିବା ସହ ଯାତାୟାତ ବ୍ୟବସ୍ଥାରେ ବ୍ୟାପକ ସୁଧାର ଆସିବ। ପଶ୍ଚିମ ଓଡ଼ିଶାର ବିକାଶ ଯାତ୍ରାରେ ଏହି ପ୍ରକଳ୍ପ ଏକ ନୂଆ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।
— SIMHANAAD | ସତ୍ୟର ସ୍ୱର, ଜନତାର ଭରସା
Thanks for reading: ପଶ୍ଚିମ ଓଡ଼ିଶାକୁ ମିଳିବ ନୂଆ ଗତି!, Sorry, my English is bad:)
