Half-Buried Body Recovered: ଇଲେକ୍ଟ୍ରିସିଆନକୁ ମାରି ମାଟି ତଳେ ପୋତିଦେଲେ


 ବରଗଡ଼ରେ ଚାଞ୍ଚଲ୍ୟ  l ଇଲେକ୍ଟ୍ରିସିଆନଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଲେ ଦୁର୍ବୃତ୍ତ l ବରଗଡ଼ ପଞ୍ଚାୟତ କଲେଜ ନିକଟ ପଣ୍ଡରୀପଥର ପାଖରେ ଘଟିଛି ଏଭଳି ବବର୍ରକାଣ୍ଡ । ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଦୁର୍ବୃତ୍ତମାନେ ମାଟିରେ ଅଧା ପୋତି ଦେଇଛନ୍ତି । ମୃତକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ୪୫ ବର୍ଷୀୟ ଦେବରାଜ ପାଣିଗ୍ରାହୀ l ସେ ଇଲେକ୍ଟ୍ରୀସିଆନ୍ ଭାବେ କାମ କରୁଥିଲେ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ହତ୍ୟାର କାରଣ ଅସ୍ପଷ୍ଟ ଅଛି । ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି l ସେପଟେ ଭାଇକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି ମୃତକଙ୍କ ଭଉଣୀ  । ସେ ଅଭିଯୋଗ କରିଛନ୍ତି ଯେ, ମୋ ଭାଇକୁ ଇଟାରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି । ହତ୍ୟା ପରେ ତାକୁ ବାଲିରେ ଅଧା ପୋତି ଦେଇଥିଲେ । ଯିଏ ବି ଦୋଷୀ ତାଙ୍କୁ ଯଥାଶୀଘ୍ର ଗିରଫ କରାଯାଇ କଠୋର ଦଣ୍ଡ ଦିଆଯାଉ ଏବଂ ମୋ ଭାଇକୁ ନ୍ୟାୟ ମିଳୁ । ତେବେ କିଏ ଏବଂ କାହିଁକି ଦେବରାଜଙ୍କୁ ହତ୍ୟା କଲା ତାହା ଜଣା ପଡିନଥିବା ବେଳେ ପୋଲିସ ଘଟଣାରେ ଛାନଭିନ୍ ଜାରି ରଖିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Thanks for reading: Half-Buried Body Recovered: ଇଲେକ୍ଟ୍ରିସିଆନକୁ ମାରି ମାଟି ତଳେ ପୋତିଦେଲେ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.