ଜୁନ୍' ୧୭ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ


 ମେଷ- ଅର୍ଥ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ଅଟକିଥିବା ଟଙ୍କା ଫେରିପାଇବେ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ରହିବ। ପରିବାରରେ ବିଚ୍ଛିନ୍ନତା ପରିସ୍ଥିତି ସୃଷ୍ଟି ହୋଇପାରେ। ପୈତୃକ ସମ୍ପତ୍ତି ସମ୍ବର୍ଦ୍ଧିତ ବିବାଦ ହୋଇପାରେ । ବ୍ୟବସାୟ ମଧ୍ୟମ ରହିବ। 

ବୃଷ- ଦଶମ ଚନ୍ଦ୍ର ଯୋଗୁ କର୍ମ ଫଳ ପ୍ରାପ୍ତି ହେବ। ଅନାବଶ୍ୟକ ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ। ଭ୍ରମଣ ନିଶ୍ଚିନ୍ତ ଶୁଭଦାୟକ ହେବ। ନିଜ କଥା ଉପରେ ସଂଯମତା ରଖନ୍ତୁ। ପରିବାରର ସମର୍ଥନ ପାଇବେ। ଭାଇଭଉଣୀଙ୍କ ସମ୍ପର୍କ ନିବିଡ଼ ହେବ।

ମିଥୁନ- ରାଶିର ଘାତ ଚନ୍ଦ୍ର, ଉଧାର ଦିଅନ୍ତୁ ନାହିଁ। ବନ୍ଧୁମାନଙ୍କ ସହ ମନୋମାଳିନ୍ୟ ଘଟିପାରେ। ନୂତନ ଜାଗାକୁ ବୁଲିବାକୁ ଯିବେ। ବିବାଦୀୟ ପରିସ୍ଥିତି ଉପୁଜିପାରେ। ବୈବାହିକ ଜୀବନ ଜଞ୍ଜାଳମୟ ହେବ।

କର୍କଟ- ଅଷ୍ଟମ ଚନ୍ଦ୍ର ଯୋଗୁ ଆର୍ଥିକ ବ୍ୟୟ ହେବ। କର୍ମ କ୍ଷେତ୍ରରେ ଏତେ ଭଲ ପ୍ରଦର୍ଶନ କରିବେ ନାହିଁ। ଶାରୀରିକ ପୀଡ଼ର ଅନୁଭବ କରିପାରନ୍ତି। କ୍ୟାରିୟରକୁ ନେଇ ଛାତ୍ରଛାତ୍ରୀମାନେ ଚିନ୍ତାରେ ରହିବେ। ବ୍ୟବସାୟୀମାନେ ଦୂର ଯାତ୍ରା କରିପାରନ୍ତି। 

ସିଂହ- ଲାଗି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଶାରୀରିକ ଓ ମାନସିକ ଖୁସି ମିଳିବ। ନୂତନ କାର୍ଯ୍ୟର ଆରମ୍ଭ ମଧ୍ୟ କରିବେ। ସ୍ବାସ୍ଥ୍ୟରେ କିଞ୍ଚିତ ସମସ୍ୟା ଦେଖା ଦେବ। ପତ୍ନୀଙ୍କ ସହ ମନୋମାଳିନ୍ୟ  ହେବାର ସମ୍ଭାବନା ରହିଛି ।

କନ୍ୟା- ହଠାତ ଆର୍ଥିକ ଲାଭ ହୋଇପାରେ। ନିବେଶ ପାଇଁ ଦିନଟି ଉତ୍ତମ ରହିବ। କୌଣସି ପୁରୁଣା ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ବଡ଼ ଅଫର୍ ମିଳିପାରେ। ପରିବାର ସହିତ ସୁଖ ଏବଂ ଶାନ୍ତି ଅନୁଭବ କରିବେ ।

ତୁଳା- କର୍ମରେ ମଧ୍ୟମ ଫଳ ପ୍ରାପ୍ତି ଯୋଗ ରହିଛି। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଶତ୍ରୁଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ। ନିବେଶ ପାଇଁ ଦିନଟି ଉତ୍ତମ ରହିଛି। ବିଦ୍ୟାର୍ଥୀମାନଙ୍କୁ ପ୍ରଶଂସା ମିଳିପାରେ। ଆଲୋଚନା ଓ ପର୍ଯ୍ୟାଲୋଚନାର ଶିକାର ମଧ୍ୟ ହୋଇପାରନ୍ତି।

ବିଛା- ଦିନଟି ବ୍ୟସ୍ତତା ଭିତରେ କାଟିବେ। କର୍ମ ଚଞ୍ଚଳ ରହିବେ। ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ। ସ୍ଵାସ୍ଥ୍ୟଗତ ସମସ୍ୟା କିଛି ଦେଖା ଦେଇପାରେ। ବ୍ୟବସାୟରେ ଉନ୍ନତି ହେବ। ବିଦ୍ୟାର୍ଥୀମାନେ ସଙ୍କୋଚରେ ରହିବେ । 

ଧନୁ- ସର୍ବକାର୍ଯ୍ୟରେ ସିଦ୍ଧି ଘଟିବ। ଉଚ୍ଚ ସମ୍ମାନ ପ୍ରାପ୍ତ କରିବେ। ଦିନଟି ଉତ୍ତମ ଫଳ ପ୍ରଦାନ କରିବ। ଧନଧାନ୍ୟରେ ବୃଦ୍ଧି ଘଟିପାରେ । ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇପାରେ।

ମକର- ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ। ସନ୍ତାନର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ରହିବେ। ଦୁରସ୍ଥାନକୁ ଯାତ୍ରା କରିବେ। ଖର୍ଚ୍ଚର ଭାର ଅଧିକ ହୋଇପାରେ। କାର୍ଯ୍ୟ ବିଳମ୍ବରେ ସମ୍ପାଦିତ ହେବ।

କୁମ୍ଭ- ସର୍ବକାର୍ଯ୍ୟରେ ସିଦ୍ଧି ଘଟିବ। ଦିନଟି ଆପଣଙ୍କୁ ଉତ୍ତମ ଫଳ ପ୍ରଦାନ କରିବ । ଧନଧାନ୍ୟରେ ବୃଦ୍ଧି ଘଟିପାରେ। ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭଦାୟକ ରହିଛି। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇପାରେ ।

ମୀନ- ଘାତ ଚନ୍ଦ୍ର ଯୋଗୁ ହଠାତ କ୍ଷତିରେ ପଡ଼ିପାରନ୍ତି । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଦରକାର। ଚାକିରି କ୍ଷେତ୍ରରେ ସାମାନ୍ୟ ଆରାମ ମିଳିବ। ମନକୁ କଷ୍ଟ ଦେଲା ଭଳି କିଛି କଟୁ କଥା ଶୁଣିପାରନ୍ତି। ଜୀବନସାଥୀଙ୍କ ସହ ଉତ୍ତମ ସମୟ ଅତିବାହିତ ହେବ ।

Thanks for reading: ଜୁନ୍' ୧୭ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.