ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ: ସୁରୁଖୁରୁରେ ଗୃହ ଚଳାଇବାକୁ ସହଯୋଗ ଆହ୍ୱାନ


୨୨ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ଅଧିବେଶନ

ସେପ୍ଟେମ୍ବର ୨୧, ସିଂହନାଦ (SIMHANAAD), ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ଆସନ୍ତା ୨୨ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୩ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ପୂର୍ବରୁ ସୋମବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ଗୃହର କାର୍ଯ୍ୟ ସୁଚାରୁ ଭାବେ ଚଳାଇବା ସହ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଶୃଙ୍ଖଳିତ ଆଲୋଚନା ପାଇଁ ସମସ୍ତ ଦଳର ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି।

ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଭିନ୍ନ ଦଳର ପ୍ରତିନିଧିମାନେ ଯୋଗଦେଇଥିଲେ। ଅଧିବେଶନରେ ପ୍ରାୟ ୬ଟି ବିଲ୍ ଆଗତ ହେବାର ସୂଚନା ମିଳିଛି।

ଏହି ଅଧିବେଶନରେ ମହାନଦୀ ଜଳ ବିବାଦ, ଆଇନଶୃଙ୍ଖଳା, ଖଣି ସମ୍ପର୍କିତ ପ୍ରସଙ୍ଗ, ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ବିଭିନ୍ନ ଜନସ୍ୱାର୍ଥ ପ୍ରସଙ୍ଗ ଉଠିବାର ସମ୍ଭାବନା ରହିଛି।

ଅଧିବେଶନକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିଧାନସଭା ଆଖପାଖ ଅଞ୍ଚଳରେ ଟ୍ରାଫିକ୍ କଟକଣା ଓ ରୁଟ୍ ଡାଇଭର୍ସନ ମଧ୍ୟ କରାଯାଇଛି।

ରିପୋର୍ଟ: ସିଂହନାଦ ନ୍ୟୁଜ୍ ଡେସ୍କ

Thanks for reading: ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ: ସୁରୁଖୁରୁରେ ଗୃହ ଚଳାଇବାକୁ ସହଯୋଗ ଆହ୍ୱାନ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.