ନୂଆଦିଲ୍ଲୀ, ୧୭ ଅଗଷ୍ଟ ୨୦୨୬ | ସିଂହନାଦ (SIMHANAAD): କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଥିବା ନେଇ ଚାଲିଥିବା ମାମଲାରେ ସୋମବାର ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଛନ୍ତି। ଆଲ୍ଲାହାବାଦ ହାଇକୋର୍ଟକୁ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଗକୁ ନବଢ଼ାଇବାକୁ କହିବା ସହ CBI ଓ EDକୁ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଏବେ କୌଣସି ରିପୋର୍ଟ ଦାଖଲ ନକରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାରେ ରାହୁଲ ଗାନ୍ଧୀ ଆଲ୍ଲାହାବାଦ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଆବେଦନ ଉପରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ତିନିଜଣିଆ ଖଣ୍ଡପୀଠ ଶୁଣାଣି କରିଥିଲେ। ଖଣ୍ଡପୀଠରେ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନା ମଧ୍ୟ ରହିଥିଲେ।
ମାମଲାରେ ଆଲ୍ଲାହାବାଦ ହାଇକୋର୍ଟରେ ଆବେଦନ କରିଥିବା ଏସ୍. ଭିଗ୍ନେଶ ଶିଶିର, CBI ଓ EDକୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। ହାଇକୋର୍ଟରେ ଅଗଷ୍ଟ ୨୦ରେ ଶୁଣାଣି ହେବାକୁ ଥିବା ବେଳେ, ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିବାକୁ କହିଛନ୍ତି।
ଶୁଣାଣି ସମୟରେ ସୁପ୍ରିମକୋର୍ଟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ମଧ୍ୟ ପ୍ରଶ୍ନ କରିଥିଲେ ଯେ, ଯଦି ଅଭିଯୋଗ ଏତେ ଗୁରୁତର ଥିଲା, ତେବେ ସଂପୃକ୍ତ ଏଜେନ୍ସିଗୁଡ଼ିକ ନିଜ ତରଫରୁ କାହିଁକି ପଦକ୍ଷେପ ନେଇନଥିଲେ।
ତେବେ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଥିବା ଆୟବହିର୍ଭୂତ ସମ୍ପତ୍ତି ସମ୍ପର୍କିତ ଅଭିଯୋଗ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। ସୁପ୍ରିମକୋର୍ଟଙ୍କ ଆଜିର ଆଦେଶ ମାମଲାର ଶେଷ ରାୟ ନୁହେଁ; ପରବର୍ତ୍ତୀ ଶୁଣାଣିରେ ମାମଲାର ଦିଗ ସ୍ପଷ୍ଟ ହେବ।
Thanks for reading: ରାହୁଲ ଗାନ୍ଧୀଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ହସ୍ତକ୍ଷେପ, Sorry, my English is bad:)

