ଭବାନୀପାଟଣା: ସାମ୍ବାଦିକମାନଙ୍କ ପାଇଁ ପ୍ରଚଳିତ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ପରିବର୍ତ୍ତନ କରି ଆୟୁଷ୍ମାନ ଯୋଜନାରେ ସାମିଲ କରିବା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ବିରୋଧ କରିଛି ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) କଳାହାଣ୍ଡି ଜିଲ୍ଲା ୟୁନିଟ୍। ଏନେଇ ନିରୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ପ୍ରତିବାଦ ପତ୍ର ପ୍ରଦାନ କରାଯାଇଛି।
SIMHANAAD | ଭବାନୀପାଟଣା: ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସହ ଜଡ଼ିତ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଅବ୍ୟାହତ ରଖିବା ପାଇଁ ଦାବି ଉଠାଇଛି ଓଜେୟୁ କଳାହାଣ୍ଡି ଜିଲ୍ଲା ୟୁନିଟ୍।
ସଂଘ ପକ୍ଷରୁ କୁହାଯାଇଛି, ସାମ୍ବାଦିକମାନଙ୍କ ହିତ ଓ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଚଳିତ ଥିବା ଏହି ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ନେଇ ଯଦି କୌଣସି ନିଷ୍ପତ୍ତି ହୁଏ, ତେବେ ଏହା ସାମ୍ବାଦିକମାନଙ୍କ ହିତକୁ ପ୍ରଭାବିତ କରିପାରେ।
ଏହାର ପ୍ରତିବାଦରେ ଓଜେୟୁ କଳାହାଣ୍ଡି ପକ୍ଷରୁ ନିରୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରତିବାଦ ପତ୍ର ପଠାଯାଇଛି। କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ପ୍ରତିବାଦ ପତ୍ର ଗ୍ରହଣ କରିଥିଲେ।
ଏହି ସମୟରେ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପ୍ରଧାନ, ଅଭିରାମ ପ୍ରସାଦ ପଟ୍ଟନାୟକ ଓ ବିକାଶ ରଞ୍ଜନ ପ୍ରଧାନଙ୍କ ସମେତ ସାମ୍ବାଦିକମାନେ ଉପସ୍ଥିତ ଥିଲେ।
ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାର ସାମ୍ବାଦିକ ସଂଗଠନଗୁଡ଼ିକ ସହ ଆଲୋଚନା କରି ଉଚିତ ପଦକ୍ଷେପ ନେବାକୁ ଓଜେୟୁ ପକ୍ଷରୁ ଦାବି କରାଯାଇଛି।
Thanks for reading: ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ବନ୍ଦ ନିଷ୍ପତ୍ତିକୁ ଓଜେୟୁର ବିରୋଧ, Sorry, my English is bad:)

