କଳାହାଣ୍ଡିରେ ବନ୍ୟା ସ୍ଥିତିରେ ସୁଧାର, ହ୍ରାସ ପାଉଛି ଇନ୍ଦ୍ରାବତୀ ଜଳସ୍ତର

 


ବର୍ଷା କମିବା ପରେ ଆଶ୍ୱସ୍ତ କଳାହାଣ୍ଡିବାସୀ; ପ୍ରଭାବିତ ଅଞ୍ଚଳ ଉପରେ ପ୍ରଶାସନର ନଜର

ଭବାନୀପାଟଣା, ୨୬ ଅଗଷ୍ଟ ୨୦୨୬: ଲଗାଣ ବର୍ଷା ପରେ କଳାହାଣ୍ଡିରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ ବର୍ତ୍ତମାନ ସୁଧାର ଆସୁଥିବା ଜଣାପଡ଼ିଛି। ବର୍ଷାର ତୀବ୍ରତା କମିବା ସହ ଇନ୍ଦ୍ରାବତୀ ନଦୀର ଜଳସ୍ତର ହ୍ରାସ ପାଇଥିବାରୁ କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବନ୍ୟାଜନିତ ସ୍ଥିତିରେ ସୁଧାର ହୋଇଥିବା ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ଗତ କିଛିଦିନ ଧରି ପ୍ରବଳ ବର୍ଷା ଯୋଗୁଁ କଳାହାଣ୍ଡିର ବିଭିନ୍ନ ଅଞ୍ଚଳରେ ନଦୀନାଳର ଜଳସ୍ତର ବଢ଼ିଥିଲା। ବିଶେଷକରି ହାତୀ ନଦୀରେ ଜଳପ୍ରବାହ ବୃଦ୍ଧି ପାଇବାରୁ କଳମପୁର ବ୍ଲକର ତଳିଆ ଅଞ୍ଚଳର କିଛି ଗାଁରେ ବନ୍ୟାଜଳ ପ୍ରବେଶ କରିଥିଲା। ପ୍ରଶାସନ ପକ୍ଷରୁ ପାରୁଆଗୁଡ଼ା ଓ ବୋଡେଲବନ୍ଧ ଅଞ୍ଚଳରୁ ୨୯୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ରିପୋର୍ଟରେ କୁହାଯାଇଛି।

ଏବେ ନଦୀଗୁଡ଼ିକର ଜଳସ୍ତର କମୁଥିବାରୁ ବନ୍ୟା ପରିସ୍ଥିତି ଧୀରେଧୀରେ ନିୟନ୍ତ୍ରଣକୁ ଆସୁଛି। ତଥାପି ତଳିଆ ଅଞ୍ଚଳ, ରାସ୍ତାଘାଟ ଓ ନଦୀକୂଳ ଅଞ୍ଚଳରେ ପ୍ରଶାସନ ନଜର ରଖିବା ସହ ଆବଶ୍ୟକ ସ୍ଥାନରେ ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ଜାରି ରଖିଛି।

Thanks for reading: କଳାହାଣ୍ଡିରେ ବନ୍ୟା ସ୍ଥିତିରେ ସୁଧାର, ହ୍ରାସ ପାଉଛି ଇନ୍ଦ୍ରାବତୀ ଜଳସ୍ତର, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.