PG ଛାତ୍ରଙ୍କୁ ମାସିକ ₹୧୦ ହଜାର, PhD ସ୍କଲାରଙ୍କୁ ₹୧୫ ହଜାର ଷ୍ଟାଇପେଣ୍ଡ
ଭୁବନେଶ୍ୱର, ୪/୮: ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (OUAT)ର ନିୟମିତ PG ଓ PhD ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ମାସିକ ଷ୍ଟାଇପେଣ୍ଡ ଘୋଷଣା କରିଛନ୍ତି। କୃଷି ଓ ଏହା ସମ୍ବନ୍ଧୀୟ ବିଷୟରେ ଅଧ୍ୟୟନରତ ନିୟମିତ PG ଛାତ୍ରଙ୍କୁ ପ୍ରତିମାସ ₹୧୦,୦୦୦ ଏବଂ PhD ସ୍କଲାରଙ୍କୁ ₹୧୫,୦୦୦ ଷ୍ଟାଇପେଣ୍ଡ ମିଳିବ।
ସରକାରଙ୍କ ଏହି ପଦକ୍ଷେପର ଉଦ୍ଦେଶ୍ୟ ଉଚ୍ଚଶିକ୍ଷା ଓ କୃଷି ଗବେଷଣାକୁ ଉତ୍ସାହିତ କରିବା ସହ ଛାତ୍ରଛାତ୍ରୀଙ୍କ ଆର୍ଥିକ ଚାପ କମାଇବା। ଏହି ଷ୍ଟାଇପେଣ୍ଡ ନିୟମିତ PG ଓ PhD ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ।
SIMHANAAD NEWS | ଓଡ଼ିଶାର ଶିକ୍ଷା ଓ କୃଷି କ୍ଷେତ୍ର ପାଇଁ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସହାୟତା ପଦକ୍ଷେପ ଭାବେ ଦେଖାଯାଉଛି।
Thanks for reading: OUAT ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, Sorry, my English is bad:)

