ଭବାନୀପାଟଣା: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାଖଲ ହୋଇଥିବା ଏକ ଅଭିଯୋଗରେ ତଦନ୍ତ ପରେ କେବଳ ଗୋଟିଏ ସଂକ୍ଷିପ୍ତ ପତ୍ର ଜାରି କରି "ଅଭିଯୋଗ ପ୍ରମାଣିତ ହୋଇନାହିଁ" ବୋଲି ମାମଲାକୁ ବନ୍ଦ କରାଯାଇଥିବା ଘଟଣା ଏବେ ଅନେକ ପ୍ରଶ୍ନ ଉଠାଇଛି।
ତଦନ୍ତ କେଉଁଠି? ସାକ୍ଷ୍ୟ କେଉଁଠି? କାରଣଦର୍ଶାଉ ରିପୋର୍ଟ କେଉଁଠି? ଏହି ମୌଳିକ ପ୍ରଶ୍ନର ସ୍ପଷ୍ଟ ଉତ୍ତର ନଦେଇ କେବଳ ଗୋଟିଏ ପତ୍ରରେ ମାମଲାର ପରିସମାପ୍ତି ଘୋଷଣା କରାଯାଇଥିବାରୁ ତଦନ୍ତର ସ୍ୱଚ୍ଛତା ଉପରେ ସନ୍ଦେହ ପ୍ରକାଶ ପାଉଛି।
ସାଧାରଣ ଲୋକଙ୍କ ପ୍ରଶ୍ନ—ନ୍ୟାୟ କେବଳ ଗୋଟିଏ ଚିଠିରେ ସୀମିତ, ନା ତଦନ୍ତର ପ୍ରତ୍ୟେକ ପଦକ୍ଷେପରେ ତାହା ପ୍ରତିଫଳିତ ହେବା ଉଚିତ? ଯଦି ତଦନ୍ତ ନିରପେକ୍ଷ ଓ ଆଇନସମ୍ମତ ଭାବେ ହୋଇଥାଏ, ତେବେ ତାହାର ଆଧାର, ସାକ୍ଷ୍ୟ ଓ ଯୁକ୍ତିକୁ ସାର୍ବଜନୀନ କରିବାରେ ଅସୁବିଧା କାହିଁକି?
ଏହି ଘଟଣା ପୁଣିଥରେ ଏକ ବଡ଼ ପ୍ରଶ୍ନ ଛିଡ଼ା କରିଛି—ଅଭିଯୋଗର ପ୍ରକୃତ ସମାଧାନ ହେଉଛି କି, ନା କେବଳ ଫାଇଲ ବନ୍ଦ କରିବାର ଔପଚାରିକତା? ଏହାର ସ୍ପଷ୍ଟ ଉତ୍ତର ସମ୍ପୃକ୍ତ କର୍ତ୍ତୃପକ୍ଷ ଦେବା ଉଚିତ।
— ସୁଶାନ୍ତ ମଙ୍ଗରାଜଙ୍କ ରିପୋର୍ଟ
Thanks for reading: ଗୋଟିଏ ଚିଠିରେ ବନ୍ଦ ହେଲା ଅଭିଯୋଗ! ତଦନ୍ତ ହେଲା, ନା କେବଳ ଫାଇଲ ବନ୍ଦ ହେଲା?, Sorry, my English is bad:)

