୬ ଦେଶ ଗସ୍ତରେ ବାହାରିଲେ ବିଦେଶମନ୍ତ୍ରୀ ଏସ୍. ଜୟଶଙ୍କର, UNSC ଅଭିଯାନକୁ ମିଳିବ ନୂଆ ଗତି

 ନୂଆଦିଲ୍ଲୀ, ୫ ଜୁଲାଇ: ଭାରତର ବିଦେଶମନ୍ତ୍ରୀ ଏସ୍. ଜୟଶଙ୍କର ରବିବାରଠାରୁ ୧୦ ଦିନିଆ ୬ ଦେଶ ଗସ୍ତରେ ବାହାରିଛନ୍ତି। ଏହି ଗସ୍ତରେ ସେ କତାର, ବାହାରିନ, କୁଏତ, ଓମାନ, ଆମେରିକା ଓ ବେଲଜିୟମ ଗସ୍ତ କରିବେ।

ବିଦେଶ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମ୍ପୃକ୍ତ ଦେଶଗୁଡ଼ିକ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା, ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିବା ସହ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ୨୦୨୮–୨୯ କାର୍ଯ୍ୟକାଳ ପାଇଁ ଭାରତର ପ୍ରାର୍ଥିତା ଅଭିଯାନକୁ ଔପଚାରିକ ଭାବେ ଆଗେଇ ନେବା।

ଗସ୍ତ ସମୟରେ ଜୟଶଙ୍କର ବିଭିନ୍ନ ଦେଶର ରାଷ୍ଟ୍ରନେତା ଓ ବିଦେଶମନ୍ତ୍ରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବେ। ବାଣିଜ୍ୟ, ବିନିଯୋଗ, ଶକ୍ତି, ପ୍ରଯୁକ୍ତି, ସୁରକ୍ଷା ଏବଂ କୂଟନୈତିକ ସହଯୋଗ ଭଳି ପ୍ରମୁଖ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଆଶା କରାଯାଉଛି।

ଏହି ଗସ୍ତକୁ ଭାରତର ବୈଦେଶିକ ନୀତି ଏବଂ ବିଶ୍ୱ କୂଟନୀତିରେ ଦେଶର ଭୂମିକାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

Thanks for reading: ୬ ଦେଶ ଗସ୍ତରେ ବାହାରିଲେ ବିଦେଶମନ୍ତ୍ରୀ ଏସ୍. ଜୟଶଙ୍କର, UNSC ଅଭିଯାନକୁ ମିଳିବ ନୂଆ ଗତି, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.