ଟିବି-ମୁକ୍ତ ଓଡ଼ିଶା ଦିଗରେ ବଡ଼ ସଫଳତା: ୫ ଲକ୍ଷରୁ ଅଧିକ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

 


ଭୁବନେଶ୍ୱର, ୧୩ ଜୁଲାଇ (ସିଂହନାଦ):

ଟିବି-ମୁକ୍ତ ଓଡ଼ିଶା ଗଠନ ଦିଗରେ ରାଜ୍ୟ ସରକାର ଆଉ ଏକ ସଫଳ ପଦକ୍ଷେପ ନେଇଛନ୍ତି। ଟିବି-ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ରାଜ୍ୟବ୍ୟାପୀ ଚାଲିଥିବା ସ୍ୱତନ୍ତ୍ର ସ୍କ୍ରିନିଂ କାର୍ଯ୍ୟକ୍ରମରେ ୫.୧୮ ଲକ୍ଷରୁ ଅଧିକ ନାଗରିକଙ୍କର କ୍ଷୟରୋଗ (ଟିବି) ପରୀକ୍ଷା କରାଯାଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ଆୟୋଜିତ ଏହି ଅଭିଯାନରେ ହଜାର ହଜାର ଲୋକ ସ୍ୱଇଚ୍ଛାରେ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏହା ସହ ଟିବି ରୋଗୀଙ୍କ ପରିବାର ସଦସ୍ୟଙ୍କୁ ପ୍ରତିଷେଧକ ଚିକିତ୍ସା ଓ ପୋଷଣ ସହାୟତା ମଧ୍ୟ ପ୍ରଦାନ କରାଯାଇଛି।

ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ଶୀଘ୍ର ରୋଗ ଚିହ୍ନଟ, ନିୟମିତ ଚିକିତ୍ସା ଓ ଜନସଚେତନତା ବୃଦ୍ଧି ମାଧ୍ୟମରେ ୨୦୨୫ ପରେ ମଧ୍ୟ ଟିବି ନିରାକରଣ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ଏପରି ଅଭିଯାନ ଜାରି ରହିବ। ରାଜ୍ୟ ସରକାର ଏହାକୁ ଟିବି-ମୁକ୍ତ ଓଡ଼ିଶା ଗଠନରେ ଏକ ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରିଛନ୍ତି।

Thanks for reading: ଟିବି-ମୁକ୍ତ ଓଡ଼ିଶା ଦିଗରେ ବଡ଼ ସଫଳତା: ୫ ଲକ୍ଷରୁ ଅଧିକ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.