"ସ୍କୁଲରେ ଲଜ୍ଜାଜନକ ଅଭିଯୋଗ! ମୁଖ୍ୟଶିକ୍ଷକଙ୍କ ବିରୋଧରେ ପ୍ରଶାସନର ବଡ଼ ଆକ୍ସନ୍

 ଭବାନୀପାଟଣା, ୯ ଜୁଲାଇ: କଳାହାଣ୍ଡି ଜିଲ୍ଲାର ଏମ୍. ରାମପୁର ବ୍ଲକ୍ ଅନ୍ତର୍ଗତ ମଦନପୁର ସରକାରୀ (SSD) ଉଚ୍ଚ ବିଦ୍ୟାଳୟର ମୁଖ୍ୟଶିକ୍ଷକଙ୍କ ବିରୋଧରେ ଜଣେ ମହିଳା କର୍ମଚାରୀଙ୍କ ପ୍ରତି ଅଶୋଭନ ଆଚରଣ କରିଥିବା ଅଭିଯୋଗ ଆସିବା ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିଛି। ଅଭିଯୁକ୍ତ ମୁଖ୍ୟଶିକ୍ଷକଙ୍କୁ ତୁରନ୍ତ ପ୍ରଭାବରୁ ପଦରୁ ହଟାଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରଶାସନ ପକ୍ଷରୁ ବିଦ୍ୟାଳୟର ବିଜ୍ଞାନ ବିଷୟର ପ୍ରଶିକ୍ଷିତ ସ୍ନାତକ ଶିକ୍ଷକଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କାର୍ଯ୍ୟକାରୀ ମୁଖ୍ୟଶିକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି।

ସୂଚନାନୁସାରେ, ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅଭିଯୋଗର ସତ୍ୟତା ସମ୍ପର୍କରେ ସରକାରୀ ତଦନ୍ତ ଚାଲିଥିବାରୁ ଅନ୍ତିମ ନିଷ୍କର୍ଷ ଏପର୍ଯ୍ୟନ୍ତ ଆସିନାହିଁ। ପ୍ରଶାସନ କହିଛି, ବିଦ୍ୟାଳୟରେ ଶୃଙ୍ଖଳା, ସୁରକ୍ଷା ଓ ଦାୟିତ୍ୱବୋଧ ବଜାୟ ରଖିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Thanks for reading: "ସ୍କୁଲରେ ଲଜ୍ଜାଜନକ ଅଭିଯୋଗ! ମୁଖ୍ୟଶିକ୍ଷକଙ୍କ ବିରୋଧରେ ପ୍ରଶାସନର ବଡ଼ ଆକ୍ସନ୍, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.