ପୁରୀ, ୧୭ ଜୁଲାଇ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ମଧ୍ୟରେ ଘଟିଛି ଏକ ହୃଦୟବିଦାରକ ଅଘଟଣ। ଅତ୍ୟଧିକ ଭିଡ଼ ମଧ୍ୟରେ ଦୁଇଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ୩୩ ଜଣ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅଛନ୍ତି। ଘଟଣା ପରେ ଶ୍ରୀକ୍ଷେତ୍ରରେ କିଛି ସମୟ ପାଇଁ ଉଦ୍ବେଗର ପରିସ୍ଥିତି ସୃଷ୍ଟି ହୋଇଥିଲା।
ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ ଏହା ଦଳାଚକଟା ଘଟଣା ନୁହେଁ। ଭିଡ଼ ଯୋଗୁଁ କିଛି ଭକ୍ତ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସାଳୟକୁ ପଠାଯାଇଥିଲା।
ଘଟଣା ପରେ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରିଥିବାବେଳେ ଭିଡ଼ ନିୟନ୍ତ୍ରଣ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ଏହି ବିଶ୍ୱପ୍ରସିଦ୍ଧ ପର୍ବରେ ସୁରକ୍ଷା ପରିଚାଳନାକୁ ନେଇ ବିଭିନ୍ନ ମହଳରେ ଆଲୋଚନା ଜୋର ଧରିଛି।
ସିଂହନାଦ ନଜର: ଭକ୍ତଙ୍କ ସୁରକ୍ଷା ସର୍ବାଗ୍ରେ। ଏଭଳି ଅଘଟଣର ପୁନରାବୃତ୍ତି ରୋକିବା ପାଇଁ ଭିଡ଼ ପରିଚାଳନା ଓ ଜରୁରୀକାଳୀନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସମୟର ଦାବି।
Thanks for reading: ଶ୍ରୀକ୍ଷେତ୍ରରେ ଦୁଃଖଦ ଅଘଟଣ! ରଥଯାତ୍ରା ଭିଡ଼ରେ ୨ ଭକ୍ତଙ୍କ ମୃତ୍ୟୁ, ୩୩ ଜଣ ଅସୁସ୍ଥ, Sorry, my English is bad:)

