ରାଇସ୍ ମିଲ୍‌ରେ ଜୁଆର ମହାଖେଳ! ପୁଲିସ ଚଢ଼ାଉରେ ଟଙ୍କା, କାର୍ ଓ ମୋବାଇଲ୍ ଜବତ

 


ଭବାନୀପାଟଣା, ୩ ଜୁଲାଇ:

କଳାହାଣ୍ଡି ଜିଲ୍ଲାର ରାମପୁର ଥାନା ଅଧୀନ ରିସିଡା ସ୍ଥିତ ବାଲାଜୀ ରାଇସ୍ ମିଲ୍‌ରେ ବେଆଇନ ଜୁଆ ଚାଲୁଥିବା ଖବର ପାଇ ପୁଲିସ ଗୁରୁବାର ସନ୍ଧ୍ୟାରେ ଅଚମ୍କା ଚଢ଼ାଉ କରିଥିଲା। କେସିଙ୍ଗା ଏସ୍‌ଡିପିଓଙ୍କ ନେତୃତ୍ୱରେ ହୋଇଥିବା ଏହି ଅଭିଯାନରେ ରାଇସ୍ ମିଲ୍ ମାଲିକଙ୍କ ସମେତ ୫ ଜଣଙ୍କୁ ଜୁଆ ଖେଳୁଥିବା ବେଳେ କାବୁ କରାଯାଇଥିଲା। 

ପୁଲିସ ଘଟଣାସ୍ଥଳରୁ ₹୬୪,୩୯୦ ନଗଦ ଟଙ୍କା, ଏକ କାର୍, ୬ଟି ମୋବାଇଲ୍ ଫୋନ୍ ଏବଂ ୭ ପ୍ୟାକେଟ୍ ତାସ ଜବତ କରିଛି। ରାମପୁର ଥାନା ଓ ରିସିଡା ଫାଣ୍ଡି ପୁଲିସର ମିଳିତ ସହଯୋଗରେ ଏହି ଚଢ଼ାଉ ସଫଳ ହୋଇଥିବା ସୂଚନା ମିଳିଛି। 

ସ୍ଥାନୀୟ ଅଞ୍ଚଳରେ ରାଇସ୍ ମିଲ୍‌ଗୁଡ଼ିକରେ ବେଆଇନ କାର୍ଯ୍ୟକଳାପକୁ ନେଇ ଦୀର୍ଘଦିନ ଧରି ଅଭିଯୋଗ ଆସୁଥିବା ବେଳେ, ଏହି ଚଢ଼ାଉ ପରେ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Thanks for reading: ରାଇସ୍ ମିଲ୍‌ରେ ଜୁଆର ମହାଖେଳ! ପୁଲିସ ଚଢ଼ାଉରେ ଟଙ୍କା, କାର୍ ଓ ମୋବାଇଲ୍ ଜବତ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.