ବର୍ଷା ଆସିଲେ ବନ ମହୋତ୍ସବ ଆରମ୍ଭ ହୁଏ। ମଞ୍ଚ ସଜେ, ଭାଷଣ ହୁଏ, ଚାରା ଲଗାଯାଏ, କ୍ୟାମେରା ଚମକେ। ପରଦିନ ଖବରକାଗଜ ଓ ସୋସିଆଲ ମିଡିଆରେ ବଡ଼ ବଡ଼ ଫଟୋ ଛପେ। କିନ୍ତୁ କିଛି ମାସ ପରେ ସେହି ଚାରା ବଞ୍ଚିଛି କି ନାହିଁ, ତାହା ପଚାରିବାକୁ କେହି ନଥାନ୍ତି।
ଶ୍ମଶାନରେ ଗଛ ଲଗାଇବା ନିଶ୍ଚୟ ସ୍ୱାଗତଯୋଗ୍ୟ। କିନ୍ତୁ ପ୍ରଶ୍ନ ହେଉଛି—ସହରରେ ଉନ୍ନୟନ ନାଁରେ କଟାଯାଉଥିବା ବଡ଼ ବଡ଼ ଗଛର କ୍ଷତିକୁ କି ଏହି କିଛି ଚାରା ପୂରଣ କରିପାରିବ?
ଆଜି ଚାରା ଲଗାଇ ଫଟୋ ଉଠାଇବା ସହଜ, କିନ୍ତୁ ଆସନ୍ତା ଗ୍ରୀଷ୍ମରେ ସେହି ଚାରାକୁ ପାଣି ଦେବା, ବାଡ଼ ଦେବା ଓ ସୁରକ୍ଷା କରିବା ପାଇଁ କିଏ ଆସିବ? ପ୍ରତିବର୍ଷ ସେହି ଜାଗାରେ ପୁଣି ନୂଆ ଚାରା ଲଗାଇବାକୁ ପଡ଼ିଲେ, ତାହାକୁ ସଫଳତା କହିବା ନା ବିଫଳତା?
ପରିବେଶ ସୁରକ୍ଷା କେବଳ ଗୋଟିଏ ଦିନର ଉତ୍ସବ ନୁହେଁ। ଏହା ଦୈନନ୍ଦିନ ଦାୟିତ୍ୱ। ଯେଉଁଦିନ ବନ ମହୋତ୍ସବର ଫଟୋଠାରୁ ବେଶି ବଞ୍ଚିଥିବା ଗଛର ସଂଖ୍ୟା ଚର୍ଚ୍ଚା ହେବ, ସେଦିନ ବୁଝିବା ଯେ ଆମେ ସତରେ ପ୍ରକୃତି ପ୍ରତି ସଚେତନ ହୋଇଛୁ।
ବନ ମହୋତ୍ସବର ସଫଳତା ଚାରା ଗଣନାରେ ନୁହେଁ, ବରଂ କେତେ ଗଛ ବଞ୍ଚିଲା ତାହାର ହିସାବରେ ହେବା ଉଚିତ। ନଚେତ୍ ଏହା ପରିବେଶ ସୁରକ୍ଷାର ପର୍ବ କମ୍, ପ୍ରଚାରର ପର୍ବ ଅଧିକ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଠିବ।
Thanks for reading: ଶ୍ମଶାାନରେ ଗଛ, ସହରରେ ଗଛ କଟା—ଏ କେମିତି ବନ ମହୋତ୍ସବ?, Sorry, my English is bad:)
