ଓଡ଼ିଶାକୁ ବିଶ୍ୱସ୍ତରୀୟ ବଡ଼ ଉପହାର!

 ୧ ବିଲିୟନ୍ ଡଲାରର ମହା ଚୁକ୍ତି; ଗ୍ରିନ୍ ମିଥାନଲ୍ ମାନଚିତ୍ରରେ ଚମକିବ ଓଡ଼ିଶା

ଭୁବନେଶ୍ୱର, ୬ ଜୁଲାଇ: ଓଡ଼ିଶାର ଶିଳ୍ପ ବିକାଶ ଯାତ୍ରାରେ ଯୋଡ଼ି ହୋଇଛି ଆଉ ଏକ ଐତିହାସିକ ଅଧ୍ୟାୟ। ଜାପାନର Mitsubishi Gas Chemical (MGC) ଏବଂ ଭାରତର ACME Group ମଧ୍ୟରେ ପ୍ରାୟ ୧ ବିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର ଦୀର୍ଘମିଆଦୀ ଗ୍ରିନ୍ ମିଥାନଲ୍ ଯୋଗାଣ ଚୁକ୍ତି ସ୍ୱାକ୍ଷର ହୋଇଛି।

ଏହି ଚୁକ୍ତି ଅନୁଯାୟୀ, ଓଡ଼ିଶାର ପାରାଦୀପ ଠାରେ ନିର୍ମାଣାଧୀନ ଗ୍ରିନ୍ ମିଥାନଲ୍ ପ୍ରକଳ୍ପରୁ ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ଟନ୍ ଗ୍ରିନ୍ ମିଥାନଲ୍ ଜାପାନକୁ ରପ୍ତାନି କରାଯିବ। ଏହା ଓଡ଼ିଶାକୁ ବିଶ୍ୱର ସ୍ୱଚ୍ଛ ଇନ୍ଧନ ଉତ୍ପାଦନ କ୍ଷେତ୍ରରେ ଏକ ନୂଆ ପରିଚୟ ଦେବ ବୋଲି ଆଶା କରାଯାଉଛି।

ଏହି ମହତ୍ୱପୂର୍ଣ୍ଣ ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ଶିଳ୍ପାୟନ, ରୋଜଗାର ସୃଷ୍ଟି, ବିଦେଶୀ ପୁଞ୍ଜିନିବେଶ ଏବଂ ରପ୍ତାନି କ୍ଷେତ୍ରକୁ ବଡ଼ ପ୍ରୋତ୍ସାହନ ମିଳିବ। ଗ୍ରିନ୍ ଏନର୍ଜି କ୍ଷେତ୍ରରେ ଓଡ଼ିଶାର ଗୁରୁତ୍ୱ ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

"ଗ୍ରିନ୍ ଏନର୍ଜିର ନୂଆ ଠିକଣା—ଓଡ଼ିଶା; ବିଶ୍ୱ ମଞ୍ଚରେ ଆଉ ଏକ ବଡ଼ ପରିଚୟ।"

— ସିଂହନାଦ ରିପୋର୍ଟ

Thanks for reading: ଓଡ଼ିଶାକୁ ବିଶ୍ୱସ୍ତରୀୟ ବଡ଼ ଉପହାର!, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.