ଭୁବନେଶ୍ୱର, ୧୩ ଜୁଲାଇ (ସିଂହନାଦ):
ରାଜ୍ୟର ସରକାରୀ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ ଓ ରୋଗୀମୁଖୀ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ୧,୭୨୬ଟି ନୂଆ ଟେକ୍ନିକାଲ ପଦ ସୃଷ୍ଟିକୁ ଅନୁମୋଦନ କରିଛନ୍ତି। ଏହି ପଦଗୁଡ଼ିକ ପୂରଣ ହେଲେ ସରକାରୀ ହସ୍ପିଟାଲରେ ଜନଶକ୍ତି ଅଭାବ ଦୂର ହେବା ସହ ରୋଗୀମାନେ ଅଧିକ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ, ମୋଟ ୧,୧୦୮ ଜଣ ଫାର୍ମାସିଷ୍ଟ ଅଫିସର, ୨୩୮ ଜଣ ଅଫଥାଲମିକ ଅଫିସର ଏବଂ ୩୮୦ ଜଣ ମେଡିକାଲ ଲ୍ୟାବ୍ ଟେକ୍ନିସିଆନଙ୍କ ପଦ ସୃଷ୍ଟି କରାଯାଇଛି। ଔଷଧ ବଣ୍ଟନ ବ୍ୟବସ୍ଥା, ଚକ୍ଷୁ ଚିକିତ୍ସା ଓ ରୋଗ ନିର୍ଣ୍ଣୟ ସେବାକୁ ଆହୁରି ସୁଦୃଢ଼ କରିବାରେ ଏହି ନିଯୁକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।
ଅର୍ଥ ବିଭାଗ ପକ୍ଷରୁ ଏହି ପଦଗୁଡ଼ିକୁ ମଞ୍ଜୁରି ମିଳିସାରିଥିବାବେଳେ ଖୁବ୍ ଶୀଘ୍ର ସ୍ୱଚ୍ଛ ଓ ଯୋଗ୍ୟତାଭିତ୍ତିକ ପ୍ରକ୍ରିୟାରେ ନିଯୁକ୍ତି କରାଯିବ ବୋଲି ସରକାର କହିଛନ୍ତି। ଏହି ପଦକ୍ଷେପ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳର ସ୍ୱାସ୍ଥ୍ୟସେବାକୁ ମଧ୍ୟ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
Thanks for reading: ବଦଳିବ ସରକାରୀ ହସ୍ପିଟାଲର ଚିତ୍ର: ୧,୭୨୬ ନୂଆ ପଦ ସୃଷ୍ଟି, Sorry, my English is bad:)
