ଘୁଷରାମୁଣ୍ଡା ଘଟଣାରେ ଗ୍ରାଉଣ୍ଡ ଜିରୋରେ AOSCF; ସାମାଜିକ ସମାନତାର ବାର୍ତ୍ତା ଦେବାକୁ ସରକାରଙ୍କୁ ଦାବି

 




ବଲାଙ୍ଗୀର, ୩ ଜୁଲାଇ:

ବହୁ ଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଘୁଷରାମୁଣ୍ଡା ଗାଁରେ ପାଚିକା ଭାବେ ପୁଣ୍ୟ ହରପାଲଙ୍କ ନିଯୁକ୍ତିକୁ କେନ୍ଦ୍ର କରି ଜାତିଆଣା ବିବାଦ ଉଠିଥିବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଛି।

ଏହି ଘଟଣାର ସତ୍ୟତା ଜାଣିବା ପାଇଁ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ (AOSCF) ପକ୍ଷରୁ ଏକ ପ୍ରତିନିଧି ଦଳ ଶନିବାର ଘୁଷରାମୁଣ୍ଡା ଗ୍ରାମରେ ପହଞ୍ଚି ପୁଣ୍ୟ ହରପାଲଙ୍କ ସହ ସାକ୍ଷାତ କରି ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିଥିବା ଫେଡେରେସନ ପକ୍ଷରୁ କୁହାଯାଇଛି।

ଘଟଣାକୁ ନେଇ AOSCF ପକ୍ଷରୁ ରାଜ୍ୟ ସରକାର ଓ ପ୍ରଶାସନଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରାଯାଇଛି। ସଂଗଠନ ପ୍ରସ୍ତାବ ଦେଇଛି ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଦିବାସୀ ନେତା ସନାତନ ବିଶି, ବଲାଙ୍ଗୀର ଜିଲ୍ଲାପାଳ, ଏସ୍‌ପି ଓ ଅନ୍ୟାନ୍ୟ ଜନପ୍ରତିନିଧି ଘୁଷରାମୁଣ୍ଡା ଗ୍ରାମକୁ ଯାଇ ପୁଣ୍ୟ ହରପାଲଙ୍କ ହାତରେ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରି ସାମାଜିକ ସମାନତାର ଏକ ସକାରାତ୍ମକ ବାର୍ତ୍ତା ଦିଅନ୍ତୁ।

AOSCFର ମତାନୁସାରେ, ଏଭଳି ପଦକ୍ଷେପ ଜାତିଭେଦ ଓ ଅସ୍ପୃଶ୍ୟତା ଭଳି ଘୃଣିତ ମାନସିକତାକୁ ଦୂର କରିବା ସହ ସମାଜରେ ସାମାଜିକ ନ୍ୟାୟ ଓ ସମାନତା ପ୍ରତିଷ୍ଠା ଦିଗରେ ଏକ ଉଦାହରଣ ସୃଷ୍ଟି କରିବ ବୋଲି ସଂଗଠନ ଆଶା ପ୍ରକାଶ କରିଛି।

(ଟିପ୍ପଣୀ: ଉପରୋକ୍ତ ଖବର AOSCF ପକ୍ଷରୁ ଜାରି କରାଯାଇଥିବା ଦାବି ଓ ବିବୃତ୍ତି ଆଧାରରେ ପ୍ରସ୍ତୁତ। ଘଟଣା ସମ୍ପର୍କରେ ପ୍ରଶାସନ କିମ୍ବା ସମ୍ପୃକ୍ତ ଅନ୍ୟ ପକ୍ଷର ପ୍ରତିକ୍ରିୟା ମିଳିନାହିଁ।)

Thanks for reading: ଘୁଷରାମୁଣ୍ଡା ଘଟଣାରେ ଗ୍ରାଉଣ୍ଡ ଜିରୋରେ AOSCF; ସାମାଜିକ ସମାନତାର ବାର୍ତ୍ତା ଦେବାକୁ ସରକାରଙ୍କୁ ଦାବି, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.