କଳାହାଣ୍ଡିର ରେଳ ସମସ୍ୟା ନେଇ ଡିଆରଏମ୍‌ଙ୍କ ଦ୍ୱାରସ୍ଥ ରେଳଯାତ୍ରୀ ସଂଘ, ଶୀଘ୍ର ସମାଧାନର ପ୍ରତିଶ୍ରୁତି

 


ଭବାନୀପାଟଣା, ୩ ଜୁଲାଇ:

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ରେଳ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ କଳାହାଣ୍ଡି ରେଳଯାତ୍ରୀ ସଂଘର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ (ଡିଆରଏମ୍) ସୁବାସ ଚନ୍ଦ୍ର ଚୌଧୁରୀଙ୍କୁ ସାକ୍ଷାତ କରି ବିସ୍ତୃତ ଆଲୋଚନା କରିଛନ୍ତି।

ସମ୍ବଲପୁରସ୍ଥିତ ଡିଆରଏମ୍ କାର୍ଯ୍ୟାଳୟରେ ହୋଇଥିବା ଏହି ଆଲୋଚନାରେ ଅମୃତ ଭାରତ ଯୋଜନାରେ ସାମିଲ ଭବାନୀପାଟଣା ରେଳ ଷ୍ଟେସନର ଉନ୍ନୟନ କାର୍ଯ୍ୟରେ ମନ୍ଥର ଗତି ଓ ନିମ୍ନମାନର କାମକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଥିଲା। ଏହାର ନିରପେକ୍ଷ ତଦନ୍ତ ଓ ଉଚ୍ଚସ୍ତରୀୟ ତଦାରଖ ପାଇଁ ଡିଆରଏମ୍‌ଙ୍କ ହସ୍ତକ୍ଷେପ ଦାବି କରାଯାଇଥିଲା।

ଏହାଛଡ଼ା ଭବାନୀପାଟଣା ରେଳ ଷ୍ଟେସନରେ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଭବାନୀପାଟଣା ଓ ଜୁନାଗଡ଼ ରେଳ ଷ୍ଟେସନରେ ଦ୍ୱିତୀୟ ପ୍ଲାଟଫର୍ମ ନିର୍ମାଣ, ରାମଚନ୍ଦ୍ରପୁର, ଦେପୁର, କୁଟ୍ରୁଖମାର ଓ ନର୍ଲା ରୋଡ଼ ଷ୍ଟେସନରେ ଦୂରଗାମୀ ଟ୍ରେନର ରହଣୀ ସହ କେସିଙ୍ଗାରୁ ଭବାନୀପାଟଣା ପର୍ଯ୍ୟନ୍ତ ନୂତନ ରେଳପଥ ନିର୍ମାଣ ପ୍ରସ୍ତାବ ସମ୍ପର୍କରେ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଆଲୋଚନା ସମୟରେ ଡିଆରଏମ୍ ସୁବାସ ଚନ୍ଦ୍ର ଚୌଧୁରୀ କହିଥିଲେ ଯେ, କଳାହାଣ୍ଡିର ରେଳ ସମସ୍ୟା ନେଇ ଜିଲ୍ଲାବାସୀ ଓ ବିଭିନ୍ନ ନାଗରିକ ସଂଗଠନଙ୍କ ସକ୍ରିୟ ଭୂମିକା ପ୍ରଶଂସନୀୟ। ଉଠାଯାଇଥିବା ସମସ୍ତ ଦାବିକୁ ଗୁରୁତ୍ୱର ସହ ବିଚାର କରାଯିବ ଏବଂ ପର୍ଯ୍ୟାୟକ୍ରମେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

— ସିଂହନାଦ ନ୍ୟୁଜ୍ ବ୍ୟୁରୋ, ଭବାନୀପାଟଣା

Thanks for reading: କଳାହାଣ୍ଡିର ରେଳ ସମସ୍ୟା ନେଇ ଡିଆରଏମ୍‌ଙ୍କ ଦ୍ୱାରସ୍ଥ ରେଳଯାତ୍ରୀ ସଂଘ, ଶୀଘ୍ର ସମାଧାନର ପ୍ରତିଶ୍ରୁତି, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.