ଭୁବନେଶ୍ୱର, ୧୫ ଜୁଲାଇ: ଓଡ଼ିଶାର ସରକାରୀ ବିଦ୍ୟାଳୟ ପାଇଁ ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ବହୁ ସଂଖ୍ୟକ ତ୍ରୁଟି ଘଟଣାରେ କ୍ରାଇମବ୍ରାଞ୍ଚ ବଡ଼ ପଦକ୍ଷେପ ନେଇ ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀଙ୍କୁ ଗିରଫ କରିଛି। ପାଠ୍ୟପୁସ୍ତକ ପ୍ରସ୍ତୁତି, ଅନୁମୋଦନ ଓ ପ୍ରକାଶନ ପ୍ରକ୍ରିୟାରେ ଗୁରୁତର ଅନିୟମିତତା ଓ ଅବହେଳା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।
ତଦନ୍ତକାରୀ ସଂସ୍ଥାର ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ଯେ, ଯଥାର୍ଥ ଯାଞ୍ଚ ବିନା ପାଠ୍ୟପୁସ୍ତକର ପାଣ୍ଡୁଲିପିକୁ ଅନୁମୋଦନ କରାଯାଇଥିଲା। ଫଳରେ ପ୍ରକାଶିତ ପୁସ୍ତକଗୁଡ଼ିକରେ ଶହ ଶହ ଭାଷାଗତ, ବୈଜ୍ଞାନିକ, ତଥ୍ୟଗତ ଓ ମୁଦ୍ରଣ ତ୍ରୁଟି ଦେଖାଦେଇଥିଲା। ଏହି ଘଟଣାରେ ରାଜ୍ୟ ସରକାରଙ୍କ ପ୍ରାୟ ୧୭୫ କୋଟି ଟଙ୍କା କ୍ଷତି ହୋଇଥିବା ଅଭିଯୋଗ କରିଛି କ୍ରାଇମବ୍ରାଞ୍ଚ।
ଗିରଫ ପରେ ମନୋଜ କୁମାର ପାଢ଼ୀଙ୍କୁ କୋର୍ଟରେ ହାଜର କରାଯାଇଥିବାବେଳେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଯାଇଛି। ଏହି ମାମଲାରେ ଅନ୍ୟ ଅଧିକାରୀ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଭୂମିକା ମଧ୍ୟ କ୍ରାଇମବ୍ରାଞ୍ଚ ଖତିଆନ କରୁଥିବାରୁ ଆଗାମୀ ଦିନରେ ଆହୁରି କାର୍ଯ୍ୟାନୁଷ୍ଠାନ ହୋଇପାରେ।
— ସିଂହନାଦ ନ୍ୟୁଜ୍ ବ୍ୟୁରୋ
Thanks for reading: ପାଠ୍ୟପୁସ୍ତକ ତ୍ରୁଟି: ବଡ଼ ମାଛ ଜାଲରେ, Sorry, my English is bad:)

