୨୦୨୬–୨୭ ଶିକ୍ଷାବର୍ଷରୁ ୩୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପାଇବେ ସୁବିଧା
ଓଡ଼ିଶା କ୍ୟାବିନେଟ୍ ଏକ ଐତିହାସିକ ନିଷ୍ପତ୍ତି ନେଇ "ଜ୍ଞାନୋଦୟ – ଶିକ୍ଷାରୁ ସମୃଦ୍ଧି" ଯୋଜନାକୁ ଅନୁମୋଦନ କରିଛି। ଏହି ଯୋଜନା ଅନୁଯାୟୀ, ୨୦୨୬–୨୭ ଶିକ୍ଷାବର୍ଷରୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରାଯିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପୂର୍ବରୁ ମାଗଣା ଥିଲା। ଏବେ ଏହାକୁ ବିସ୍ତାର କରି ନବମ ଶ୍ରେଣୀରୁ ସ୍ନାତକୋତ୍ତର (PG) ପର୍ଯ୍ୟନ୍ତ ନିୟମିତ ପାଠ୍ୟକ୍ରମରେ ଭର୍ତ୍ତି ହେଉଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଭର୍ତ୍ତି ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରାଯିବ।
ସରକାରଙ୍କ ଆକଳନ ଅନୁସାରେ, ପ୍ରତିବର୍ଷ ୩୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ଯୋଜନାର ସିଧାସଳଖ ଲାଭ ପାଇବେ। ପ୍ରଥମ ବର୍ଷରେ ଏଥିପାଇଁ ₹୮୯୫.୫୭ କୋଟି ଏବଂ ପାଞ୍ଚ ବର୍ଷରେ ₹୫,୪୬୭.୫୫ କୋଟି ବ୍ୟୟ କରାଯିବ।
ତେବେ ଏହି ଯୋଜନାର ସୁବିଧା ସ୍ୱୟଂ ଅର୍ଥପୋଷିତ (Self-financing), ବେସରକାରୀ ଅନୁଦାନବିହୀନ, PPP ମୋଡ୍ ଅନୁଷ୍ଠାନ ଏବଂ ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମ ପାଇଁ ପ୍ରଯୁଜ୍ୟ ହେବ ନାହିଁ।
ଏହି ନିଷ୍ପତ୍ତିରେ ଆର୍ଥିକ ଅସୁବିଧା କାରଣରୁ କୌଣସି ଛାତ୍ରଛାତ୍ରୀଙ୍କ ଶିକ୍ଷା ବନ୍ଦ ନ ହେଉ, ନାମଲେଖା ବୃଦ୍ଧି ପାଉ ଏବଂ ସ୍କୁଲ ଛାଡ଼ିବା ହାର କମୁ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।
Thanks for reading: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାକୁ କ୍ୟାବିନେଟ୍ ମଞ୍ଜୁରି, Sorry, my English is bad:)
