୫୪୪ କୋଟିର ଗଞ୍ଜେଇ ଧ୍ୱଂସ, ମାଫିଆଙ୍କୁ କଡ଼ା ବାର୍ତ୍ତା

 ଭୁବନେଶ୍ୱର, ୧୧ ଜୁଲାଇ:

ରାଜ୍ୟରେ ନିଶା କାରବାର ବିରୋଧରେ ବଡ଼ ଧରଣର ସଫଳତା ହାସଲ କରିଛି ଓଡ଼ିଶା ପୋଲିସ। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ଜବତ ହୋଇଥିବା ୧୦୮.୯୦ ମେଟ୍ରିକ ଟନ୍ (୧,୦୮,୯୦୪.୯ କିଲୋଗ୍ରାମ) ଗଞ୍ଜେଇକୁ ଧ୍ୱଂସ କରାଯାଇଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ୫୪୪.୫୨ କୋଟି ଟଙ୍କା ବୋଲି ପୋଲିସ ସୂଚନା ଦେଇଛି। 

ଏହି ବିଶେଷ ଅଭିଯାନ ୨ ଜୁନ୍ ରୁ ୧୦ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଚାଲିଥିଲା। ସିଆଇଡି କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଓ ବିଭିନ୍ନ ଜିଲ୍ଲା ପୋଲିସର ମିଳିତ ପ୍ରୟାସରେ ଏହି ଧ୍ୱଂସୀକରଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପ୍ରଥମେ ନିର୍ଦ୍ଧାରିତ ଲକ୍ଷ୍ୟଠାରୁ ଅଧିକ ପରିମାଣର ଗଞ୍ଜେଇ ଧ୍ୱଂସ କରି ଓଡ଼ିଶା ପୋଲିସ ନୂଆ ରେକର୍ଡ ସୃଷ୍ଟି କରିଛି। 

ଅଭିଯାନ ସମୟରେ ୧୨.୪ କିଲୋଗ୍ରାମ ବ୍ରାଉନ୍ ସୁଗାର (ଆନୁମାନିକ ମୂଲ୍ୟ ୨୪.୮ କୋଟି ଟଙ୍କା) ଏବଂ ୩,୬୩୧ ବୋତଲ କଫ୍ ସିରପ୍ ମଧ୍ୟ ଧ୍ୱଂସ କରାଯାଇଛି। ବୌଦ୍ଧ, କନ୍ଧମାଳ, ମାଲକାନଗିରି, ଗଜପତି, କୋରାପୁଟ ଓ ରାୟଗଡ଼ା ସହ ୨୪ଟି ପୋଲିସ ୟୁନିଟ୍ ଏହି ଅଭିଯାନରେ ସାମିଲ ହୋଇଥିଲେ। 

ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ କହିଛନ୍ତି, ରାଜ୍ୟରେ ନିଶା ଚୋରାଚାଲାଣ ଓ ଡ୍ରଗ୍ ମାଫିଆଙ୍କ ବିରୋଧରେ ଆଗାମୀ ଦିନରେ ଆହୁରି କଠୋର ଅଭିଯାନ ଚାଲିବ। ନିଶା କାରବାର ପ୍ରତି ଓଡ଼ିଶା ପୋଲିସର 'ଜିରୋ ଟଲରେନ୍ସ' ନୀତି ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। 


— ସିଂହନାଦ ନ୍ୟୁଜ୍ ଡେସ୍କ

Thanks for reading: ୫୪୪ କୋଟିର ଗଞ୍ଜେଇ ଧ୍ୱଂସ, ମାଫିଆଙ୍କୁ କଡ଼ା ବାର୍ତ୍ତା, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.