ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ପୁରାତନ ଐତିହ୍ୟର ପ୍ରତୀକ ଭବାନୀପାଟଣା ପୌରପାଳିକା ଭବନର ବାହ୍ୟ ଅଂଶରେ ସ୍ଥାନେ ସ୍ଥାନେ ରଙ୍ଗ ଖସିଯିବା, କାନ୍ଥରେ ଶ୍ୟାଉଳ ଜମିବା ଓ ଜରାଜୀର୍ଣ୍ଣ ଅବସ୍ଥା ସ୍ପଷ୍ଟ ଦେଖିବାକୁ ମିଳୁଛି। ଫଟୋରେ ଭବନର ବାହ୍ୟ ଅବସ୍ଥା ଦେଖି ସହରବାସୀଙ୍କ ମଧ୍ୟରେ ଏହାର ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ ଉଠୁଛି।
ଭବାନୀପାଟଣା ପୌରପାଳିକା ସହରର ପ୍ରଶାସନିକ କାର୍ଯ୍ୟର ଏକ ପ୍ରମୁଖ କେନ୍ଦ୍ର। ଏହାର ଐତିହାସିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭବନର ସଂରକ୍ଷଣ, ମରାମତି ଓ ସୌନ୍ଦର୍ଯ୍ୟୀକରଣ ପାଇଁ ସମୟୋପଯୋଗୀ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସହରବାସୀ ଦାବି କରୁଛନ୍ତି।
ସୂଚନାଯୋଗ୍ୟ, ଭବାନୀପାଟଣା ପୌରପାଳିକା ସହରର ନାଗରିକ ସେବା ଓ ପ୍ରଶାସନିକ କାର୍ଯ୍ୟର ଦାୟିତ୍ୱ ବହନ କରୁଥିବା ଏକ ପ୍ରମୁଖ ସଂସ୍ଥା।
Thanks for reading: ଶତାବ୍ଦୀ ପୁରୁଣା ଭବାନୀପାଟଣା ପୌରପାଳିକା ଭବନ ଏବେ ବି ମରାମତି ଅପେକ୍ଷାରେ!, Sorry, my English is bad:)

