ବିଶ୍ୱ ମଞ୍ଚରେ କଳାହାଣ୍ଡିର ସିଂହଗର୍ଜନ! ଆକାଶ ରଞ୍ଜନ ମୁଣ୍ଡଙ୍କ ଐତିହାସିକ କାରନାମା

 


ଭବାନୀପାଟଣା: କଳାହାଣ୍ଡି ମାଟି ପୁଣି ଥରେ ସାରା ବିଶ୍ୱରେ ନିଜର ଗୌରବ ଲେଖିଛି। ଜିଲ୍ଲାର ଯୁବ ପାରା ବ୍ୟାଡମିଣ୍ଟନ ତାରକା ଆକାଶ ରଞ୍ଜନ ମୁଣ୍ଡ ତୁର୍କୀର ମେରସିନ୍‌ରେ ଆୟୋଜିତ World Abilitysport Youth Games 2026ରେ ଦମଦାର ପ୍ରଦର୍ଶନ କରି ୨ଟି ସ୍ୱର୍ଣ୍ଣ ପଦକ ଓ ୧ଟି ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି।

- ପୁରୁଷ ସିଙ୍ଗଲ୍ସ (SL3) – ସ୍ୱର୍ଣ୍ଣ- ମିକ୍ସଡ୍ ଡବଲ୍ସ (SL3–SU5) – ସ୍ୱର୍ଣ୍ଣ

 -ପୁରୁଷ ଡବଲ୍ସ (SL3–SU5) – ରୌପ୍ୟ

ଏହି ଅଭୂତପୂର୍ବ ସଫଳତା କେବଳ ଆକାଶଙ୍କ ବ୍ୟକ୍ତିଗତ ବିଜୟ ନୁହେଁ, ବରଂ କଳାହାଣ୍ଡି, ଓଡ଼ିଶା ଏବଂ ସମଗ୍ର ଭାରତ ପାଇଁ ଗର୍ବର ମୁହୂର୍ତ୍ତ। ତାଙ୍କର ଏହି ବିଜୟ ହଜାର ହଜାର ଯୁବ ଖେଳାଳିଙ୍କୁ ସ୍ୱପ୍ନ ଦେଖିବା ଏବଂ ତାହାକୁ ସାକାର କରିବାର ପ୍ରେରଣା ଦେବ।

କଳାହାଣ୍ଡିର ମାଟିରୁ ବିଶ୍ୱ ମଞ୍ଚ ପର୍ଯ୍ୟନ୍ତ — ଆକାଶଙ୍କ ଏହି ସଫଳତା ପ୍ରମାଣ କରିଦେଇଛି ଯେ, ପ୍ରତିଭା ଆଗରେ କୌଣସି ପ୍ରତିବନ୍ଧକ ବଡ଼ ନୁହେଁ।

— SIMHANAAD Digital News | ସତ୍ୟର ସିଂହଗର୍ଜନ

Thanks for reading: ବିଶ୍ୱ ମଞ୍ଚରେ କଳାହାଣ୍ଡିର ସିଂହଗର୍ଜନ! ଆକାଶ ରଞ୍ଜନ ମୁଣ୍ଡଙ୍କ ଐତିହାସିକ କାରନାମା, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.