ଭକ୍ତମାନଙ୍କୁ ସତର୍କ କଲା ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ
ଭୁବନେଶ୍ୱର, ୨୯ ଜୁନ୍: ଆସନ୍ତା ଶ୍ରୀଜଗନ୍ନାଥ ରଥଯାତ୍ରାକୁ ଦୃଷ୍ଟିରେ ରଖି ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ସାଇବର ଠକେଇ ବିରୋଧରେ ବଡ଼ ଧରଣର ପଦକ୍ଷେପ ନେଇଛି। ଗତ ସପ୍ତାହ ମଧ୍ୟରେ ପୁରୀରେ ହୋଟେଲ ବୁକିଂ ନାମରେ ଠକେଇ କରୁଥିବା ୫୦ଟି ନକଲି ୱେବସାଇଟ୍କୁ ବ୍ଲକ୍ କରାଯାଇଛି।
କ୍ରାଇମ୍ ବ୍ରାଞ୍ଚ ସୂଚନା ଅନୁଯାୟୀ, ଠକମାନେ ପ୍ରସିଦ୍ଧ ହୋଟେଲର ନକଲି ୱେବସାଇଟ୍ ତିଆରି କରି କମ୍ ଦରରେ ରୁମ୍, VIP ଦର୍ଶନ ସୁବିଧା ଓ ଆକର୍ଷଣୀୟ ଅଫର ଦେଖାଇ ଭକ୍ତମାନଙ୍କଠାରୁ ଆଗୁଆ ଟଙ୍କା ନେଉଥିଲେ। ଅନେକ ଭକ୍ତ ପୁରୀ ପହଞ୍ଚିବା ପରେ ଜାଣିପାରୁଥିଲେ ଯେ ସେମାନଙ୍କ ନାମରେ କୌଣସି ବୁକିଂ ହୋଇନଥିଲା।
କ୍ରାଇମ୍ ବ୍ରାଞ୍ଚ ଭକ୍ତମାନଙ୍କୁ କେବଳ ଅଧିକୃତ ହୋଟେଲ ୱେବସାଇଟ୍ କିମ୍ବା ବିଶ୍ୱସନୀୟ ବୁକିଂ ପ୍ଲାଟଫର୍ମ ମାଧ୍ୟମରେ ବୁକିଂ କରିବାକୁ ପରାମର୍ଶ ଦେଇଛି। ସନ୍ଦେହଜନକ ୱେବସାଇଟ୍ କିମ୍ବା ଠକେଇ ଘଟଣା ଦେଖିଲେ ତୁରନ୍ତ ୧୯୩୦ ସାଇବର ହେଲ୍ପଲାଇନ୍ରେ ଅଭିଯୋଗ କରିବାକୁ ଅନୁରୋଧ କରାଯାଇଛି।
Thanks for reading: ରଥଯାତ୍ରା ପୂର୍ବରୁ ୫୦ଟି ନକଲି ହୋଟେଲ ବୁକିଂ ୱେବସାଇଟ୍ ବନ୍ଦ, Sorry, my English is bad:)

