ପୁରୀ, ୩୦ ଜୁନ୍: ପୁରୀର ଚକ୍ରତୀର୍ଥ ରୋଡ୍ସ୍ଥିତ ଏକ ହୋଟେଲର ସୁଇମିଂ ପୁଲ୍ରୁ ୨୫ ବର୍ଷୀୟା ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ଯୁବତୀ ଏକ ବ୍ୟାଚେଲର୍ ପାର୍ଟିରେ ନୃତ୍ୟ ପରିବେଷଣ ପାଇଁ ହୋଟେଲକୁ ଯାଇଥିବା ସୂଚନା ମିଳିଛି।
ସୋମବାର ରାତିରେ ହୋଟେଲ କର୍ମଚାରୀମାନେ ସୁଇମିଂ ପୁଲ୍ରେ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇ ସି-ବିଚ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ମୃତକଙ୍କ ପରିବାର ପକ୍ଷରୁ ଏହା ଦୁର୍ଘଟଣା ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ କରାଯାଇଛି। ସେମାନଙ୍କ ଦାବି ଅନୁଯାୟୀ, ଯୁବତୀଙ୍କୁ ହତ୍ୟା କରି ପରେ ସୁଇମିଂ ପୁଲ୍ରେ ପକାଇ ଦିଆଯାଇଥାଇପାରେ। ତେବେ ପୁଲିସ କହିଛି ଯେ, ବ୍ୟବଚ୍ଛେଦ ରିପୋର୍ଟ, ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।
ଘଟଣାକୁ ନେଇ ପୁଲିସ ସମସ୍ତ ଦିଗରୁ ତଦନ୍ତ ଜାରି ରଖିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଉଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।
Thanks for reading: ହତ୍ୟା ନା ଦୁର୍ଘଟଣା? ପୁରୀ ହୋଟେଲ୍ ସୁଇମିଂ ପୁଲ୍ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, Sorry, my English is bad:)
