ନୂଆଦିଲ୍ଲୀ, 30 ଜୁନ୍: ସୋସିଆଲ୍ ମିଡିଆରେ 30 ଜୁନ୍ 2026 ଠାରୁ ଦେଶରେ କାଗଜ ନୋଟ୍ ବନ୍ଦ ହୋଇ ପ୍ଲାଷ୍ଟିକ୍ (ପଲିମର) ନୋଟ୍ ଚଳାଚଳ ଆରମ୍ଭ ହେବ ବୋଲି ଏକ ଖବର ଦ୍ରୁତ ଭାବେ ଭାଇରାଲ୍ ହୋଇଥିଲା। ଏହି ଦାବିକୁ ସରକାରଙ୍କ ଫ୍ୟାକ୍ଟ-ଚେକ୍ ସଂସ୍ଥା PIB ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସ୍ପଷ୍ଟ କରିଛି।
PIB କହିଛି ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ 30 ଜୁନ୍ 2026 ଠାରୁ କାଗଜ ନୋଟ୍ ପ୍ରତ୍ୟାହାର କରି ପ୍ଲାଷ୍ଟିକ୍ ନୋଟ୍ ଆଣିବା ନେଇ କୌଣସି ଘୋଷଣା କରାଯାଇନାହିଁ। ବର୍ତ୍ତମାନ ପ୍ରଚଳିତ ସମସ୍ତ ନୋଟ୍ ପୂର୍ବବତ୍ ବୈଧ ରହିଛି।
RBI ପକ୍ଷରୁ କେବଳ ପଲିମର ନୋଟ୍ର ସୁବିଧା ଓ ଅସୁବିଧା ଉପରେ ପ୍ରାରମ୍ଭିକ ସ୍ତରରେ ବିଚାର ଚାଲିଥିବା କଥା କୁହାଯାଇଛି। କିନ୍ତୁ ଏହାକୁ ଲାଗୁ କରିବା ସମ୍ପର୍କରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି କିମ୍ବା ସମୟସୀମା ଘୋଷଣା ହୋଇନାହିଁ।
ସାଧାରଣ ଲୋକଙ୍କୁ ପରାମର୍ଶ: ମୁଦ୍ରା କିମ୍ବା ବ୍ୟାଙ୍କିଂ ସମ୍ବନ୍ଧୀୟ କୌଣସି ସୂଚନା ପାଇଁ କେବଳ RBI ଓ ସରକାରଙ୍କ ଅଧିକୃତ ସୂତ୍ର ଉପରେ ବିଶ୍ୱାସ କରନ୍ତୁ। ସୋସିଆଲ୍ ମିଡିଆର ଅଯାଞ୍ଚିତ ବାର୍ତ୍ତାକୁ ସେୟାର କରିବା ପୂର୍ବରୁ ତାହାର ସତ୍ୟତା ଯାଞ୍ଚ
Thanks for reading: 30 ଜୁନ୍ରୁ ପ୍ଲାଷ୍ଟିକ୍ ନୋଟ୍ ଚାଲିବ? ସରକାର କହିଲେ – ଏହା ସମ୍ପୂର୍ଣ୍ଣ ଗୁଜବ!, Sorry, my English is bad:)

