ରାଜ୍ୟର ସମସ୍ତ ସ୍କୁଲରେ ଗଠନ ହେବ ଏକକ ସ୍କୁଲ ପରିଚାଳନା କମିଟି (SMC), SMDC ବ୍ୟବସ୍ଥା ବିଲୋପ

 ଭୁବନେଶ୍ୱର, ୨୯ ଜୁନ: ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO)-ସହ-ଜିଲ୍ଲା ପ୍ରକଳ୍ପ ସମନ୍ୱୟକାରୀଙ୍କୁ ସ୍କୁଲ ପରିଚାଳନା କମିଟି (SMC) ଗଠନ ସମ୍ପର୍କିତ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି। ଭାରତ ସରକାରଙ୍କ SMC Guidelines–2026 ଆଧାରରେ ଓଡ଼ିଶା ପାଇଁ ଏହି ନିର୍ଦ୍ଦେଶାବଳୀକୁ ପ୍ରସ୍ତୁତ କରାଯାଇଛି। 

ନୂତନ ନିର୍ଦ୍ଦେଶ ଅନୁଯାୟୀ, ଏବେ ପ୍ରତ୍ୟେକ ସରକାରୀ ବିଦ୍ୟାଳୟରେ ଗୋଟିଏ ମାତ୍ର ସ୍କୁଲ ପରିଚାଳନା କମିଟି (SMC) ଗଠନ କରାଯିବ। ପୂର୍ବରୁ ରହିଥିବା ସ୍କୁଲ ମ୍ୟାନେଜମେଣ୍ଟ ଆଣ୍ଡ ଡେଭଲପମେଣ୍ଟ କମିଟି (SMDC) ବ୍ୟବସ୍ଥାକୁ ବିଲୋପ କରାଯାଇଛି। ଏହି ନିୟମ ପୂର୍ବରୁ ଜାରି ହୋଇଥିବା ସମସ୍ତ ନିର୍ଦ୍ଦେଶକୁ ବଦଳାଇବ। 

ଛାତ୍ରଛାତ୍ରୀଙ୍କ ନାମଲେଖାକୁ ଆଧାର କରି SMC ଗଠନର ଢାଞ୍ଚା ପ୍ରସ୍ତୁତ କରାଯାଇଥିବା ବେଳେ ପ୍ରତ୍ୟେକ ବିଦ୍ୟାଳୟରେ ସ୍କୁଲ ଭବନ କମିଟି ଓ ଏକାଡେମିକ୍ କମିଟି ନାମକ ଦୁଇଟି ଉପ-କମିଟି ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି ଉପ-କମିଟିଗୁଡ଼ିକ SMCର କାର୍ଯ୍ୟ ପରିଚାଳନାରେ ସହଯୋଗ କରିବେ। 

OSEPA ରାଜ୍ୟର ସମସ୍ତ DEO-cum-DPCଙ୍କୁ ଏହି ନୂତନ ନିର୍ଦ୍ଦେଶାବଳୀକୁ ତୁରନ୍ତ କାର୍ଯ୍ୟକାରୀ କରି ବିଦ୍ୟାଳୟ ସ୍ତରରେ SMC ଗଠନ ପ୍ରକ୍ରିୟା ସମ୍ପନ୍ନ କରିବାକୁ କହିଛି।

Thanks for reading: ରାଜ୍ୟର ସମସ୍ତ ସ୍କୁଲରେ ଗଠନ ହେବ ଏକକ ସ୍କୁଲ ପରିଚାଳନା କମିଟି (SMC), SMDC ବ୍ୟବସ୍ଥା ବିଲୋପ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.