ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନିଶା କାରବାରୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଆରମ୍ଭ କରିଛି ମେଗା ଅପରେସନ। ‘ଅପରେସନ୍ କବଚ–୧୪’ ନାମକ ୪୮ ଘଣ୍ଟିଆ ସ୍ୱତନ୍ତ୍ର ଅଭିଯାନରେ ସହରର ୪,୦୩୫ଟି ସ୍ଥାନରେ ଏକାସାଙ୍ଗରେ ଚଢ଼ାଉ କରାଯାଇ ୨୫୫ ଜଣ ନିଶା କାରବାରୀଙ୍କୁ ଗିରଫ କରାଯାଇଛି। ଏହାସହ ୨୧୨ଟି ମାମଲା ରୁଜୁ କରାଯାଇଛି।
ଏହି ବିଶାଳ ଅଭିଯାନରେ ୧,୪୭୪ଟି ପୋଲିସ ଟିମ୍ ଯୋଗଦେଇ ନିଶା କାରବାର, ଅବୈଧ ଅସ୍ତ୍ର ଓ ସଂଗଠିତ ଅପରାଧ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଚଳାଇଥିଲେ। ପୋଲିସ କହିଛି, ଦିଲ୍ଲୀକୁ ନିଶାମୁକ୍ତ କରିବା ପାଇଁ ଏଭଳି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।
Thanks for reading: "ନିଶା ମାଫିଆଙ୍କ ନିଦ ଉଡ଼ାଇଦେଲା 'ଅପରେସନ୍ କବଚ' — ୪୮ ଘଣ୍ଟାରେ ୨୫୫ ଗିରଫ, ଦିଲ୍ଲୀରେ ପୋଲିସର ମେଗା ଆକ୍ସନ!", Sorry, my English is bad:)


