ଭବାନୀପାଟଣା, ୩୦ ଜୁନ୍: କଳାହାଣ୍ଡି ଜିଲ୍ଲାର ୨୦୨୬–୨୭ ଆର୍ଥିକ ବର୍ଷର ପ୍ରଥମ ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି (DISHA) ବୈଠକ ୩୦ ଜୁନ୍ ୨୦୨୬ ସକାଳ ୧୦ଟାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ। କଳାହାଣ୍ଡି ଲୋକସଭା ସାଂସଦଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପରିଷଦ ପକ୍ଷରୁ ଜାରି ହୋଇଥିବା ଚିଠିରେ ଉଲ୍ଲେଖ ରହିଛି।
ଜିଲ୍ଲାର ପୁଲିସ, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ, ଜଳସମ୍ପଦ, ପୌରସଂସ୍ଥା, ସ୍ୱାସ୍ଥ୍ୟ, ଶିକ୍ଷା, ଯୋଗାଣ, ଅବକାରୀ, କୃଷି, ମତ୍ସ୍ୟ, ବନ, ଶିଳ୍ପ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନଙ୍କୁ ବୈଠକରେ ଉପସ୍ଥିତ ରହିବା ସହିତ ନିଜ ନିଜ ବିଭାଗର ଉନ୍ନୟନମୂଳକ କାର୍ଯ୍ୟ, ପ୍ରକଳ୍ପର ଅଗ୍ରଗତି ଓ ଅନ୍ୟାନ୍ୟ ତଥ୍ୟ ୨୯ ଜୁନ୍ ମଧ୍ୟାହ୍ନ ୧୨ଟା ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ବୈଠକରେ ଜିଲ୍ଲାରେ ଚାଲିଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର କାର୍ଯ୍ୟାନ୍ୱୟନ, ପ୍ରଗତି ଓ ସମସ୍ୟା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ଜିଲ୍ଲା ପରିଷଦର ସିଡିଓ-କମ୍-ଇଓ ଏହି ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଛନ୍ତି।
Thanks for reading: କଳାହାଣ୍ଡିରେ ୩୦ ଜୁନ୍ରେ ପ୍ରଥମ DISHA ବୈଠକ, ସମସ୍ତ ବିଭାଗକୁ ତଥ୍ୟ ଦାଖଲ ନିର୍ଦ୍ଦେଶ, Sorry, my English is bad:)
