ଭୁବନେଶ୍ୱର, ୨୬ ଜୁନ୍: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧୬୦୦ରୁ ଅଧିକ ତ୍ରୁଟି ଚିହ୍ନଟ ହେବା ପରେ ରାଜ୍ୟ ରାଜନୀତି ଓ ଶିକ୍ଷା ମହଳରେ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି। ଘଟଣାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏହା କେବଳ ଅବହେଳା ନୁହେଁ, ବରଂ ଏକ ସୁଚିନ୍ତିତ ଷଡଯନ୍ତ୍ର ହୋଇପାରେ।"
ଶିକ୍ଷା ବ୍ୟବସ୍ଥା ସହ ଖେଳ କରିଥିବା କାହାକୁ ବି ଛାଡ଼ାଯିବ ନାହିଁ ବୋଲି ସରକାର ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି। ତ୍ରୁଟି ପାଇଁ ଦାୟୀ ଅଧିକାରୀ ଓ ସମ୍ପୃକ୍ତ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହ ତ୍ରୁଟିପୂର୍ଣ୍ଣ ପୁସ୍ତକକୁ ବଦଳାଇ ସଂଶୋଧିତ ପୁସ୍ତକ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
Thanks for reading: ପାଠ୍ୟପୁସ୍ତକରେ ୧୬୦୦ରୁ ଅଧିକ ଭୁଲ! ଷଡଯନ୍ତ୍ରର ଗନ୍ଧ? କଡ଼ା ଆକ୍ସନ୍ ମୋଡ୍ରେ ସରକାର, Sorry, my English is bad:)

