ଭୁବନେଶ୍ୱର, ୧୯ ଜୁନ (ସିଂହନାଦ): ଓଡ଼ିଶାର ସରକାରୀ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ପାଇଁ ବଣ୍ଟନ ହୋଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ୧,୬୭୮ଟି ବର୍ଣ୍ଣଗତ, ତଥ୍ୟଗତ ଓ ପ୍ରସଙ୍ଗଗତ ତ୍ରୁଟି ଚିହ୍ନଟ ହୋଇଥିବା ଘଟଣା ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି।
ଅଭିଯୋଗ ଅନୁସାରେ, କେତେକ ପୁସ୍ତକରେ ବିଜ୍ଞାନୀ ଆଇଜାକ ନ୍ୟୁଟନଙ୍କୁ “ପାଇଲଟ” ବୋଲି ଦର୍ଶାଯାଇଥିବା ବେଳେ, ହମ୍ପିର ଚିତ୍ରକୁ କୋଣାର୍କ ସୂର୍ଯ୍ୟ ମନ୍ଦିର ବୋଲି ଉଲ୍ଲେଖ କରାଯାଇଛି। ଏହାସହ ଅନେକ ଫଟୋ, ନାମ ଓ ତଥ୍ୟରେ ଗୁରୁତର ତ୍ରୁଟି ଥିବା କଥା ସାମ୍ନାକୁ ଆସିଛି।
ଶିକ୍ଷାବିତ୍, ଶିକ୍ଷକ ଏବଂ ଅଭିଭାବକମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ, ବିରୋଧୀ ଦଳ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ଓ ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରତ୍ୟାହାର ଦାବି କରିଛନ୍ତି।
ଏପରିସ୍ଥିତିରେ ରାଜ୍ୟ ସରକାର ଘଟଣାର ତଦନ୍ତ ପାଇଁ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିବା ବେଳେ, ତ୍ରୁଟିଗୁଡ଼ିକର ସଂଶୋଧନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସିଂହନାଦ ମତ: ପାଠ୍ୟପୁସ୍ତକ ହେଉଛି ଛାତ୍ରଛାତ୍ରୀଙ୍କ ଜ୍ଞାନର ମୂଳ ଭିତ୍ତି। ସେଥିରେ ଏପରି ଅସଂଖ୍ୟ ଭୁଲ ରହିବା କେବଳ ଅବହେଳା ନୁହେଁ, ବରଂ ଭବିଷ୍ୟତ ପିଢ଼ିର ଶିକ୍ଷା ସହ ଖେଳ ବୋଲି ମତ ପ୍ରକାଶ ପାଉଛି। ଏବେ ସମସ୍ତଙ୍କ ନଜର ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ।
Thanks for reading: ପୁସ୍ତକରେ ୧,୬୭୮ ଭୁଲ! ଶିକ୍ଷା ବ୍ୟବସ୍ଥାକୁ ନେଇ ବଢ଼ିଲା ପ୍ରଶ୍ନ, Sorry, my English is bad:)

