ମା’ ଖରାଖାଇ ରାମଲୀଳା

Simhanaad


କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ ଦେମାଳ ପଞ୍ଚାୟତର ଲୋକାପଡ଼ା ଗ୍ରାମର ଯୁବପିଢ଼ି ପୁରାତନ ସଂସ୍କୃତି ଓ ପରମ୍ପରାକୁ ଭୁଲି ନାହାନ୍ତି । ଆଳି ଲୋକାପଡା ଖରାଖାଇ ଗ୍ରାମରେ ୧୯୯୨ ମସିହାରୁ ଆରମ୍ଭ ହୋଇଥିଲା ରାମଲୀଳା । ଦୀର୍ଘ ୩୪ ବର୍ଷ ଧରି ଗ୍ରାମର ଯୁବକମାନେ ମା’ ଖରାଖାଇ ରାମଲୀଳା କଳା ସଂସଦ କମିଟି ଆନୁକୂଲ୍ୟରେ ଓଡ଼ିଆ ଗୀତି ରାମାୟଣକୁ ଗଦ୍ୟରେ ନାଟ୍ୟ ରୂପାନ୍ତର କରି ଶହ ଶହ ଲୋକ ମାନଙ୍କ ସମ୍ମୁଖରେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରି ଆସୁଛନ୍ତି । ପବିତ୍ର ରାମ ନବମୀ ଠାରୁ ଏହି ରାମଲୀଳା ପୌରାଣିକ ଲୋକକଳା ମହୋତ୍ସବ ଆରମ୍ଭ ହୋଇ ଗତ ବୁଧବାର ଶେଷ ହୋଇଛି । ନବମ ଦିନ ଧରି ଚାଲିଥିବା ଏହି ପୌରାଣିକ କାର୍ଯ୍ୟକ୍ରମରେ ପ୍ରଥମ ରଜନୀରେ ଶ୍ରୀ ରାମ ଜନ୍ମ, ରାବଣ ର ସ୍ୱର୍ଗ ଆକ୍ରମଣ କଳାକାର ମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିବା ବେଳେ ଦ୍ୱିତୀୟ ରଜନୀରେ ସୀତା ସ୍ଵୟଂମ୍ବର ବିଶେଷ ଆକର୍ଷଣ ଥିଲା । ସେହିପରି ତାଡକା ବଧ, ସୁବାହୁ ବଧ, ପର୍ଶୁରାମ ଭେଟ, ରାମବନବାସ, ସୁପର୍ଣଖା ନାସା କର୍ଣ୍ଣ ଛେଦନ, ସୀତା ହରଣ, ଲଙ୍କା ଦହନ ପରି କଳାପରିବେଷଣ ପରେ ବିଦାୟ ରଜନୀ ଶେଷ ରାତ୍ରିରେ କୁମ୍ଭକର୍ଣ୍ଣ ଓ ଇନ୍ଦ୍ରଜିତ ବଧ ସାଙ୍ଗକୁ ମହାପ୍ରତାପୀ ଲଙ୍କାଶୁର ରାବଣର ବଦ୍ଧ ଓ ଶ୍ରୀ ରାମଙ୍କ ରାଜ୍ୟାଭିଷେକ ପୌରାଣିକ ନାଟକର କଳାକାର ମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ରାମଲୀଳାରେ ୨୪ ଜଣ କଳାକାର ଅଂଶ ଗ୍ରହଣ କରି ନିଜ ନିଜର ଚରିତ୍ରରେ ଅଭିନୟ ପ୍ରଦର୍ଶନ କରିଚାଲିଛନ୍ତି । ଅଭିନୟ କରୁଥିବା ୨୪ କଳାକାରଙ୍କ ମଧ୍ୟରେ କିଛି ଯୁବକ ଦୈନିକ ନିଜ ପରିବାର ପ୍ରତିପୋଷଣ ପାଇଁ ବିଭିନ୍ନ କାର୍ଯ୍ୟ କରୁଥିବା ବେଳେ କିଛି ଯୁବକ ରାଜ୍ୟ ବାହାରେ ଚାକିରୀ କରି ମଧ୍ୟ ଛୁଟିରେ ଗାଁ କୁ ଆସି ଏହି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛନ୍ତି । ଏହି ନାଟ୍ୟାଭିନୟକୁ ଦେବଦତ୍ତ ବେହେରା ନିର୍ଦ୍ଦେଶନା ଦେବା ସହିତ ରାମଲୀଳାକୁ ଗଦ୍ୟ ନାଟକରେ ପରିଣତ କରିଛନ୍ତି । ଚିତ୍ରାଳୟରେ କଳାକାର ମାନଙ୍କୁ ନିଜ ନିଜ ଅଭିନୟ ନିମନ୍ତେ ଥିବା ବେଶ ଭୁଷାରେ ଆଭୂଷଣ କରାଯାଇଥିଲା । ଏହାପରେ ସେମାନେ ମଞ୍ଚରେ ନିଜର କଳା ପ୍ରଦର୍ଶନ କରିଛନ୍ତି । ଏହି ଖରାଖାଇ ଗ୍ରାମଟି ଏବେ ରାମଲୀଳା ପାଇଁ ଉତ୍ସବ ମୁଖର ହୋଇଉଠିଛି । ପ୍ରତି ରାତିରେ ଶହ ଶହ ଦର୍ଶକ ବିଭିନ୍ନ ଗ୍ରାମରୁ ଆସିଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରାମ ର ରାକେଶ ରାୟ, ହରିଶ୍ଚନ୍ଦ୍ର ରାୟ, ନିହାର ରଞ୍ଜନ ସାହୁ, ଜଗବନ୍ଧୁ ପରିଡ଼ା ପ୍ରମୁଖଙ୍କ ସମେତ ମା’ ଖରାଖାଇ କଳା ସଂସଦ ର ସଦସ୍ୟ ମାନେ ପରିଚାଳନା କରୁଥିବା ଦେଖିବାକୁ ମିଳିଥିଲା ।


Thanks for reading: ମା’ ଖରାଖାଇ ରାମଲୀଳା, Sorry, my English is bad:)

Getting Info...

Post a Comment

Cookie Consent
We serve cookies on this site to analyze traffic, remember your preferences, and optimize your experience.
Oops!
It seems there is something wrong with your internet connection. Please connect to the internet and start browsing again.
AdBlock Detected!
We have detected that you are using adblocking plugin in your browser.
The revenue we earn by the advertisements is used to manage this website, we request you to whitelist our website in your adblocking plugin.
Site is Blocked
Sorry! This site is not available in your country.