ମନରେଗା କାମରେ ଦୁର୍ନୀତି ଗୋଲାମୁଣ୍ଡା ବ୍ଲକ୍ କେଗାଁ ପଞ୍ଚାୟତ ଅଧିନସ୍ତ ସାନ ଚେର ଗାଁ ରେ ।

Simhanaad


ମନରେଗା କାମରେ ଦୁର୍ନୀତି ଅଭିଯୋଗ ଆଣିଲେ ଗ୍ରାମବାସୀ ଏଭଳି ଏକ ଖବର ଦେଖାଉଛୁ  କଳାହାଣ୍ଡି ଜିଲ୍ଳା ଗୋଲାମୁଣ୍ଡା ବ୍ଲକ୍ କେଗାଁ ପଞ୍ଚାୟତ ଅଧିନସ୍ତ ସାନ ଚେର ଗାଁ ର । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ତରଫରୁ ରେ ମନରେଗା ଯୋଜନା ରେ  ମାଟି କାମ ହେଲେ କେମିତି ଗାଁ ଗାଁ ରେ ଲୋକେ ରୋଜଗାର କରି ସ୍ବାବଲମ୍ବୀ ହେବେ ,ହେଲେ ଏଥିରେ ଦେଖିବାକୁ ମିଳୁଛି ଓଲଟା , କାମ ନ କରି ସରକାରୀ ପଇସା କୁ କେମିତି ହଡ଼ପ କରିବା ପାଇ ଯୋଜନା ବଧ କାମ ଚାଲିଛି । ଏଭଳି ସନ୍ଧେହ କରି ଗାଆଁ ଲୋକେ ଅଭିଯୋଗ ଆଣିଛନ୍ତି। ଗାଁ ଲୋକ କହିବା ମୁତାବକ ସାନ ଚେର ଗାଁ ର ଖଜୁର ବନ୍ଧ ରୁ ଗାଁ ର ସମର୍ଥନରେ ଜଣେ ଲୋକ ନିଜ ଘର ତିଆରି ପାଇ ଜେ ସି ବି ସାହାଯ୍ୟରେ ମାଟି ଉଠାଇ  ନିଜ ଘର ଫିଲ୍ଡରେ  ସମତଳ କରିଛନ୍ତି,  ଗାଁ ଲୋକେ ବହୁତ୍ ଖୁସି ହେଲେ ଯାହା ଫଳରେ ଖଜୁର ବନ୍ଦ ମାଟି ଉଠିବାରୁ ଗାତ ହେବ ଓ ପାଣି ରହିବ ,ହେଲେ ଏଠାରେ ଓଲଟା ଦେଖିବାକୁ ମିଳିଛି  ସେହି ମାଟି ଉଠାଇ ସାରିଲା ପରେ କେମିତି ସରକାରୀ ଟଙ୍କା ହଡ଼ପ କରିବୁ ବୋଲି ସେହି କାମ କୁ ନେଇ ଗୋଟିଏ ସୂଚନା ଫଳକ ଲଗେଇ ସାରିଲେଣି ଯାହାକି ଦଶ ଲକ୍ଷ ଟଙ୍କା ଲେଖିଥିବା ଦେଖିବାକୁ ମିଳିଛି ।ଏନେଇ ଗାଁ ଲୋକ ପ୍ରଶ୍ନ କରିଛନ୍ତି ଯେ କାମ ତ ପଞ୍ଚାୟତ ତରଫରୁ କୌଣସି କାମ ହୋଇନି ହେଲେ ସୂଚନା ଫଳକ ଲାଗିଲା କେମିତି,  ପ୍ରଥମ ସୂଚନା ଫଳକ ରାସ୍ତା ମୁହଁ ଲେଖା ହୋଇଥିଲା ବେଳେ ଏହି ସୂଚନା ଫଳକ ବନ୍ଧ ର ସିଧା ପଟରେ ଲେଖା ଯାଇଛି, । ଏ ନେଇ ଗ୍ରାମ ବାସୀ ସନ୍ଦେହ କରି  ଗଣ ମାଧ୍ୟମରେ ମତ ପ୍ରକାଶ କରିଥିଲେ ଯେ, ପ୍ରଶାସନ ପକ୍ଷରୁ ତୁରନ୍ତ ଏହି କାମ କୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ହେଉ ବୋଲି ନକୁଲ ମେହେର, ଶଶୀ ହରିଜନ, ଦର୍ଶନ ସାହୁ, ଗୁରରୁ ଭାଟି, ପ୍ରମୋଦ ଦାସ, ସମ୍ବୁ ଧରୁଆ, ଭାବନି ଧରୁଆ, ଡିଲେସ ମାଝୀ, ବିଦ୍ୟା ସାହୁ, ତ୍ରିପତି ନୀଆଲ, ସିଦ୍ଧାନ୍ତ ସାହୁ, ଓ କୁବେର ଭାଟି ପ୍ରମୁଖ ଉପସ୍ଥିତ ରହି ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ JE,ଚିତରଞ୍ଜନ ଜେନା ଙ୍କୁ ପଚାରିବାରୁ ସେ କହିଲେ ଆସନ୍ତା ସୋମବାର ଦିନ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତି ଶ୍ରୁତି ଦେଇ ଥିବା ବେଳେ ତରକିପାଦକେପନେଉଛନ୍ତି ଓ ଗାଁ ସାଥି ମାନେ ଠିକାଦାର ସାଜି ଉପରସ୍ତ ଅଫିସରଙ୍କ ସହ ଭାଗ ଦେଉଛନ୍ତି |

Thanks for reading: ମନରେଗା କାମରେ ଦୁର୍ନୀତି ଗୋଲାମୁଣ୍ଡା ବ୍ଲକ୍ କେଗାଁ ପଞ୍ଚାୟତ ଅଧିନସ୍ତ ସାନ ଚେର ଗାଁ ରେ । , Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.