ପୁରୀ: ସୋସିଆଲ୍ ମିଡିଆରେ ରିଲ୍ସ କରିବାର ନିଶା ଜଣେ ସାପ ଉଦ୍ଧାରକାରୀଙ୍କ ଜୀବନ ନେଇଛି। ପୁରୀ ଜିଲ୍ଲାର କଣ୍ଠପୁର ଗ୍ରାମରେ ବିଷଧର କୋବ୍ରା ସାପ ସହ ଭିଡିଓ ଓ ଫଟୋ ଉଠାଉଥିବା ବେଳେ ସାପ କାମୁଡ଼ାରେ ୨୮ ବର୍ଷୀୟ ଜଣେ ସାପ ଉଦ୍ଧାରକାରୀଙ୍କ ମୃତ୍ୟୁ ହୋଇଛି।
ଖବର ଅନୁଯାୟୀ, ଶୁକ୍ରବାର ନିଜ ଘରେ କୋବ୍ରା ସାପ ସହ ରିଲ୍ସ ଓ ଫଟୋ ଉଠାଉଥିବା ସମୟରେ ସେ ସାପ କାମୁଡ଼ାର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ପରେ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସାପ ଉଦ୍ଧାରକାରୀ ଭାବେ ସେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।
ବିପଦପୂର୍ଣ୍ଣ ରିଲ୍ସ ପ୍ରତି ସତର୍କତା ଜରୁରୀ
ସୋସିଆଲ୍ ମିଡିଆରେ ଲୋକପ୍ରିୟତା ପାଇବା ପାଇଁ ବିଷଧର ସାପ ସହ ଅସୁରକ୍ଷିତ ଭାବେ ଭିଡିଓ କରିବା ଜୀବନ ପାଇଁ ଘାତକ ହୋଇପାରେ। ତେଣୁ ବିଷଧର ସାପକୁ ନିଜେ ଧରିବା କିମ୍ବା ତା’ ସହ ରିଲ୍ସ କରିବା ପରି ବିପଦପୂର୍ଣ୍ଣ କାର୍ଯ୍ୟରୁ ଦୂରେଇ ରହିବା ଆବଶ୍ୟକ।
Thanks for reading: ରିଲ୍ସ ନିଶା ନେଲା ଜୀବନ! କୋବ୍ରା କାମୁଡ଼ାରେ ସାପ ଉଦ୍ଧାରକାରୀଙ୍କ ମୃତ୍ୟୁ, Sorry, my English is bad:)

