ଚୂଡ଼ାନ୍ତ ସମାଧାନ ନାହିଁ, କେନ୍ଦ୍ରୀୟ ଜଳ ଆୟୋଗ ମାଧ୍ୟମରେ ଆଗକୁ ବଢ଼ିବ ଆଲୋଚନା
ନୂଆଦିଲ୍ଲୀ, ୧ ଅକ୍ଟୋବର — ସିଂହନାଦ (SIMHANAAD): ମହାନଦୀ ଜଳ ବିବାଦର ସମାଧାନ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ବୈଠକରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।
ବୈଠକରେ ମହାନଦୀ ଜଳ ବଣ୍ଟନ ଓ ଜଳ ବ୍ୟବହାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ତେବେ ଏପର୍ଯ୍ୟନ୍ତ ବିବାଦର କୌଣସି ଚୂଡ଼ାନ୍ତ ସମାଧାନ କିମ୍ବା ଜଳ ବଣ୍ଟନ ଫର୍ମୁଲା ଘୋଷଣା ହୋଇନାହିଁ।
ସମାଧାନ ପାଇଁ କେନ୍ଦ୍ରୀୟ ଜଳ ଆୟୋଗ (CWC) ମାଧ୍ୟମରେ ବୈଷୟିକ ଆଲୋଚନା ଆଗକୁ ବଢ଼ାଇବା ନେଇ ସହମତି ହୋଇଛି। ତେଣୁ ମହାନଦୀ ବିବାଦର ଅନ୍ତିମ ନିଷ୍ପତ୍ତି ପାଇଁ ଏବେ ଆଗାମୀ ଆଲୋଚନା ଓ ବୈଷୟିକ ପ୍ରକ୍ରିୟା ଉପରେ ନଜର ରହିଛି।
Thanks for reading: ମହାନଦୀ ବିବାଦ ନେଇ ଦିଲ୍ଲୀରେ ଆଲୋଚନା, Sorry, my English is bad:)

