ଏକ ମିନିଟ୍ରେ ୧୮୩ ପଞ୍ଚ୍! କଳାହାଣ୍ଡିର ସତ୍ୟପୀରଙ୍କ ବିଶ୍ୱ ରେକର୍ଡ
ଭବାନୀପାଟଣା, ୨ ଅକ୍ଟୋବର ୨୦୨୬ | ସିଂହନାଦ (SIMHANAAD)
କଳାହାଣ୍ଡି ଜିଲ୍ଲା ଦେଉପୁର ଗ୍ରାମର ସତ୍ୟପୀର ପଧାନ ମାର୍ଶାଲ ଆର୍ଟରେ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ୨୦୨୬ ମାର୍ଚ୍ଚ ୮ ତାରିଖରେ ଭବାନୀପାଟଣାରେ ୧ କିଲୋଗ୍ରାମ ଓଜନ ଧରି ମାତ୍ର ଗୋଟିଏ ମିନିଟ୍ରେ ୧୮୩ଟି Full-Extension One-Hand Punch Strikes କରି ସେ ଏହି ସଫଳତା ହାସଲ କରିଛନ୍ତି।
ପୂର୍ବରୁ ଏହି ବର୍ଗରେ ୧୭୮ଟି ପଞ୍ଚ୍ର ରେକର୍ଡ ଥିଲା। ସତ୍ୟପୀର ୧୮୩ଟି ପଞ୍ଚ୍ କରି ପୂର୍ବ ରେକର୍ଡକୁ ଅତିକ୍ରମ କରିଛନ୍ତି।
ପେସାରେ ଫିଜିଓଥେରାପିଷ୍ଟ ହୋଇଥିବା ସତ୍ୟପୀର ଦୀର୍ଘଦିନ ଧରି ମାର୍ଶାଲ ଆର୍ଟରେ ଅଭ୍ୟାସ କରିଆସୁଛନ୍ତି। ତାଙ୍କର ଏହି ସଫଳତାରେ କଳାହାଣ୍ଡିର ନାମ ପୁଣିଥରେ ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ଚର୍ଚ୍ଚାକୁ ଆସିଛି।
Thanks for reading: ଏକ ମିନିଟ୍ରେ ୧୮୩ ପଞ୍ଚ୍! କଳାହାଣ୍ଡିର ସତ୍ୟପୀରଙ୍କ ବିଶ୍ୱ ରେକର୍ଡ, Sorry, my English is bad:)

