ନୂଆଦିଲ୍ଲୀ, ୨୯ ସେପ୍ଟେମ୍ବର ୨୦୨୬ | ସିଂହନାଦ (SIMHANAAD): ₹୨,୦୦୦ରୁ ଅଧିକ କିଛି UPI ବ୍ୟବସାୟିକ ଲେନଦେନରେ ୦.୪ ପ୍ରତିଶତ Merchant Discount Rate (MDR) ଲାଗୁ କରିବା ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ତତ୍କାଳ ରୋକ୍ ଲଗାଇନାହାନ୍ତି। ଅକ୍ଟୋବର ୧୫ରୁ ଏହି ବ୍ୟବସ୍ଥା ଲାଗୁ ହେବାକୁ ଥିବାବେଳେ, ମାମଲାରେ କେନ୍ଦ୍ର ସରକାର, RBI ଓ NPCI ସମେତ ସମ୍ପୃକ୍ତ ପକ୍ଷଙ୍କୁ ଜବାବ ଦାଖଲ କରିବାକୁ ଅଦାଲତ କହିଛନ୍ତି।
ନୂଆ ବ୍ୟବସ୍ଥା ଅନୁଯାୟୀ, ₹୨,୦୦୦ରୁ ଅଧିକ କିଛି Person-to-Merchant (P2M) UPI ଲେନଦେନରେ ୦.୪ ପ୍ରତିଶତ MDR ଲାଗୁ ହେବ। ତେବେ ₹୨,୦୦୦ ପର୍ଯ୍ୟନ୍ତ ବ୍ୟବସାୟିକ UPI ପେମେଣ୍ଟରେ ଏହି ଚାର୍ଜ ଲାଗୁ ହେବ ନାହିଁ।
ଏହି ନିଷ୍ପତ୍ତିକୁ ନେଇ ଡିଜିଟାଲ ପେମେଣ୍ଟ ବ୍ୟବହାରକାରୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିଛି। ମାମଲାର ଅନ୍ତିମ ଆଇନଗତ ନିଷ୍ପତ୍ତି ଆସିନଥିବାରୁ ପରବର୍ତ୍ତୀ ଶୁଣାଣି ଉପରେ ନଜର ରହିଛି।
Thanks for reading: UPIରେ ବଡ଼ ଝଟକା! ₹୨,୦୦୦ ଉପରେ MDR ଚାର୍ଜକୁ ତତ୍କାଳ ରୋକ୍ ନାହିଁ, Sorry, my English is bad:)

