ଥୁଆମୂଳ ରାମପୁର, ୨୨/୦୯/୨୦୨୬, ସିଂହନାଦ (SIMHANAAD): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳରେ ଦାଦନ ଶ୍ରମିକଙ୍କୁ ନେଇ କେରଳ ଯାଉଥିବା ଏକ ବସ୍କୁ ଅଟକାଇଛି ପ୍ରଶାସନ। ଆବଶ୍ୟକ କାଗଜପତ୍ର ଯାଞ୍ଚ ବେଳେ ଅନିୟମିତତା ଧରାପଡ଼ିବା ପରେ ଶ୍ରମ ବିଭାଗ, ଆରଟିଓ ଓ ପୋଲିସର ମିଳିତ ଟିମ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
କାଠକୁରା ନିକଟରେ ଶ୍ରମିକଙ୍କୁ ନେବା ପାଇଁ ବସ୍ଟି ପହଞ୍ଚିବା ପରେ ଅଧିକାରୀମାନେ ଏହାକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ପରମିଟ୍, ପ୍ରଦୂଷଣ ପ୍ରମାଣପତ୍ର, ଟ୍ୟାକ୍ସ, ବୀମା ଓ ଡ୍ରାଇଭିଂ ଲାଇସେନ୍ସ ସମେତ ବିଭିନ୍ନ ଆବଶ୍ୟକ କାଗଜପତ୍ରରେ ଅନିୟମିତତା ଥିବା ଜଣାପଡ଼ିଥିଲା।
ଏହାପରେ ବସ୍ ବିରୋଧରେ ପ୍ରାୟ ୧୭ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କରାଯାଇଥିବା ଜଣାପଡ଼ିଛି। ବସ୍ଟିକୁ ଅଟକ ରଖି ନିୟମ ଅନୁଯାୟୀ ଯାଞ୍ଚ ଜାରି ରହିଛି।
ସ୍ଥାନୀୟ ଅଞ୍ଚଳରୁ ଅନେକ ଶ୍ରମିକ ରୋଜଗାର ପାଇଁ ପ୍ରତିବର୍ଷ ବାହାର ରାଜ୍ୟକୁ ପ୍ରବାସ କରୁଥିବା ବେଳେ ଏଭଳି ଯାତ୍ରାରେ ଶ୍ରମିକଙ୍କ ସୁରକ୍ଷା ଓ ଆଇନଗତ ପଞ୍ଜୀକରଣ ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି।
ବାହାର ରାଜ୍ୟକୁ ଯିବା ପୂର୍ବରୁ ଶ୍ରମିକମାନେ ନିଜ ନାମ ପଞ୍ଜୀକରଣ କରିବା ସହିତ ନିୟମ ଅନୁଯାୟୀ ଯାତ୍ରା କରିବାକୁ ଶ୍ରମ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
Thanks for reading: ଥୁଆମୂଳ ରାମପୁରରେ ଦାଦନ ବସ୍ ଅଟକ; କାଗଜପତ୍ର ନଥିବାରୁ ୨୦ ହଜାର ଯାଏଁ ଚାଲାଣ, Sorry, my English is bad:)

