SIR ନେଇ ନିର୍ବାଚନ ଆୟୋଗର ବଡ଼ ପଦକ୍ଷେପ: ଏବେ ଭୋଟରଙ୍କ ଘରେ ପହଞ୍ଚିବେ BLO

 


ନୋଟିସ୍ ପାଇଁ କାର୍ଯ୍ୟାଳୟ ଦୌଡ଼ିବାକୁ ପଡ଼ିବନି; ଘରେ ହିଁ ଯାଞ୍ଚ ହେବ ଆବଶ୍ୟକ ଦଲିଲ

ନୂଆଦିଲ୍ଲୀ, ୨୭ ସେପ୍ଟେମ୍ବର ୨୦୨୬, ସିଂହନାଦ (SIMHANAAD): ଭୋଟର ତାଲିକାର **Special Intensive Revision (SIR)**କୁ ନେଇ ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। SIR ସମୟରେ ‘unmapped’ କିମ୍ବା ‘logical discrepancy’ କାରଣରୁ ନୋଟିସ୍ ପାଇଥିବା ଭୋଟରଙ୍କୁ ଏଣିକି ସବୁବେଳେ ନିର୍ବାଚନ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। BLO ସିଧାସଳଖ ଭୋଟରଙ୍କ ଘରକୁ ଯାଇ ଆବଶ୍ୟକ ଦଲିଲ ସଂଗ୍ରହ କରିବେ।

ଆୟୋଗର ନିଷ୍ପତ୍ତି ଅନୁସାରେ, ସଂଗୃହୀତ ଦଲିଲଗୁଡ଼ିକୁ ECINetରେ ଅପଲୋଡ୍ କରାଯାଇ ସମ୍ପୃକ୍ତ EROଙ୍କ ନିକଟରେ ନିଷ୍ପତ୍ତି ପାଇଁ ଦାଖଲ କରାଯିବ। ଫଳରେ ନୋଟିସ୍ ପାଇଥିବା ଭୋଟରଙ୍କ ପାଇଁ ପ୍ରକ୍ରିୟା ଅଧିକ ସହଜ ହେବାର ସମ୍ଭାବନା ରହିଛି।

ଅଫିସ୍ ନୁହେଁ, ଘରେ ପହଞ୍ଚିବ ପ୍ରଶାସନ

ନିର୍ବାଚନ ଆୟୋଗ ଅନୁସାରେ, ଏଭଳି ନୋଟିସ୍ ପାଇଥିବା ଭୋଟରଙ୍କୁ ସାଧାରଣତଃ ERO କିମ୍ବା AERO କାର୍ଯ୍ୟାଳୟକୁ ବ୍ୟକ୍ତିଗତ ଶୁଣାଣି ପାଇଁ ଡକାଯିବ ନାହିଁ। ବିଶେଷ ପରିସ୍ଥିତିରେ ଶୁଣାଣି ଆବଶ୍ୟକ ହେଲେ ଅନଲାଇନ୍ ମାଧ୍ୟମକୁ ପ୍ରାଥମିକତା ଦିଆଯିବ। ଆବଶ୍ୟକ ହେଲେ ପରିବାରର ଜଣେ ପ୍ରାପ୍ତବୟସ୍କ ସଦସ୍ୟ ମଧ୍ୟ ଭୋଟରଙ୍କ ପକ୍ଷରୁ ଶୁଣାଣିରେ ଯୋଗଦେଇପାରିବେ।

୨୦ ରାଜ୍ୟରେ SIR ସମ୍ପନ୍ନ

ନିର୍ବାଚନ ଆୟୋଗ ଅନୁସାରେ, ବିହାର ଓ ପଶ୍ଚିମବଙ୍ଗ ସମେତ ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ SIR ପ୍ରକ୍ରିୟା ସମ୍ପନ୍ନ ହୋଇଛି। SIR ସମୟରେ କିମ୍ବା ପରେ ଯେଉଁ ଭୋଟରଙ୍କ ନାମ ତାଲିକାରୁ ବାଦ ପଡ଼ିଛି, ସେମାନେ ନାମ ପୁନଃସାମିଲ ପାଇଁ ସମ୍ପୃକ୍ତ EROଙ୍କ ନିକଟରେ ଆବେଦନ କରିପାରିବେ।

ଆୟୋଗ ପକ୍ଷରୁ CEO, DEO ଓ EROମାନଙ୍କୁ ନାମ ପଞ୍ଜୀକରଣ ପାଇଁ ବିଶେଷ ଅଭିଯାନ ଚଳାଇବାକୁ ମଧ୍ୟ କୁହାଯାଇଛି।

SIR ନିଷ୍ପତ୍ତି ନେଇ ଆୟୋଗର ସ୍ପଷ୍ଟୀକରଣ

ନିର୍ବାଚନ ଆୟୋଗ କହିଛି ଯେ ୨୪ ଜୁନ୍ ୨୦୨୫ରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଜାରି SIR ଆଦେଶ ସମ୍ପୂର୍ଣ୍ଣ ଆୟୋଗର ସର୍ବସମ୍ମତିରେ ଜାରି ହୋଇଥିଲା। ଆୟୋଗ ଅନୁସାରେ, ଏହି ଆଦେଶକୁ ସୁପ୍ରିମକୋର୍ଟ ୨୭ ମେ ୨୦୨୬ରେ ବଜାୟ ରଖିଥିଲେ।

SIR ପ୍ରକ୍ରିୟାକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜାରି ଥିବା ସମୟରେ ଆୟୋଗର ଏହି ନୂଆ ବ୍ୟବସ୍ଥା ଉପରେ ଏବେ ନଜର ରହିଛି।

Thanks for reading: SIR ନେଇ ନିର୍ବାଚନ ଆୟୋଗର ବଡ଼ ପଦକ୍ଷେପ: ଏବେ ଭୋଟରଙ୍କ ଘରେ ପହଞ୍ଚିବେ BLO, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.