ଭୁବନେଶ୍ୱର, ୨୫ ସେପ୍ଟେମ୍ବର ୨୦୨୬ | ସିଂହନାଦ (SIMHANAAD): ରାୟଗଡ଼ା ଡିଭିଜନର ମାଲିଗୁଡ଼ା–ଛତରିପୁଟ ରେଳ ଷ୍ଟେସନ୍ ମଧ୍ୟରେ ଭୂସ୍ଖଳନ ଯୋଗୁଁ ରେଳପଥ ପ୍ରଭାବିତ ହୋଇଛି। ରେଳପଥରେ ମାଟି ଓ ପଥର ପଡ଼ିଥିବାରୁ ସୁରକ୍ଷା ଦୃଷ୍ଟିରୁ ପୂର୍ବତଟ ରେଳପଥ ପକ୍ଷରୁ ୨୫ ସେପ୍ଟେମ୍ବର ୨୦୨୬ ପାଇଁ ୪ଟି ଟ୍ରେନ୍ ସମ୍ପୂର୍ଣ୍ଣ ବାତିଲ କରାଯାଇଛି। ଏହାସହ ଆଉ ୬ଟି ଟ୍ରେନ୍ର ଚଳାଚଳକୁ କୋରାପୁଟ ପର୍ଯ୍ୟନ୍ତ ସୀମିତ କରାଯାଇଛି କିମ୍ବା କୋରାପୁଟରୁ ଚଳାଚଳ କରାଯାଇଛି।
ବାତିଲ ହୋଇଥିବା ୪ଟି ଟ୍ରେନ୍
୧. ଟ୍ରେନ୍ ନଂ-୫୮୫୦୨
କିରଣ୍ଡୁଲ–ବିଶାଖାପାଟଣା ପାସେଞ୍ଜର — ୨୫ ସେପ୍ଟେମ୍ବରରେ ବାତିଲ।
୨. ଟ୍ରେନ୍ ନଂ-୫୮୫୦୧
ବିଶାଖାପାଟଣା–କିରଣ୍ଡୁଲ ପାସେଞ୍ଜର — ୨୫ ସେପ୍ଟେମ୍ବରରେ ବାତିଲ।
୩. ଟ୍ରେନ୍ ନଂ-୧୮୫୧୬
କିରଣ୍ଡୁଲ–ବିଶାଖାପାଟଣା ଏକ୍ସପ୍ରେସ — ୨୫ ସେପ୍ଟେମ୍ବରରେ ବାତିଲ।
୪. ଟ୍ରେନ୍ ନଂ-୧୮୫୧୫
ବିଶାଖାପାଟଣା–କିରଣ୍ଡୁଲ ଏକ୍ସପ୍ରେସ — ୨୫ ସେପ୍ଟେମ୍ବରରେ ବାତିଲ।
ଆଉ ୬ଟି ଟ୍ରେନ୍ରେ ପରିବର୍ତ୍ତନ
ଭୂସ୍ଖଳନ ଯୋଗୁଁ ୧୮୦୦୫ ହାୱଡ଼ା–ଜଗଦଲପୁର, ୧୮୦୦୬ ଜଗଦଲପୁର–ହାୱଡ଼ା, ୧୮୧୦୭ ରାଉରକେଲା–ଜଗଦଲପୁର, ୧୮୧୦୮ ଜଗଦଲପୁର–ରାଉରକେଲା, ୧୮୪୪୭ ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ ଓ ୧୮୪୪୮ ଜଗଦଲପୁର–ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସର ଚଳାଚଳରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହି ଟ୍ରେନ୍ଗୁଡ଼ିକର କୋରାପୁଟ–ଜଗଦଲପୁର କିମ୍ବା ଜଗଦଲପୁର–କୋରାପୁଟ ଅଂଶର ଚଳାଚଳ ବାତିଲ ରହିଛି।
ରେଳପଥର ପୁନରୁଦ୍ଧାର କାମ ଚାଲିଥିବାରୁ ଚଳାଚଳ ସ୍ୱାଭାବିକ ହେବାର ସମୟ ସ୍ଥାନୀୟ ପରିସ୍ଥିତି ଓ ମରାମତି କାମ ଉପରେ ନିର୍ଭର କରିବ। ଯାତ୍ରୀମାନେ ଷ୍ଟେସନ୍ ଯିବା ପୂର୍ବରୁ ନିଜ ଟ୍ରେନ୍ର ଚଳାଚଳ ସ୍ଥିତି ନିଶ୍ଚିତ ଭାବେ ଯାଞ୍ଚ କରିବାକୁ କୁହାଯାଇଛି।
Thanks for reading: ଭୂସ୍ଖଳନ ଯୋଗୁଁ ୪ ଟ୍ରେନ୍ ବାତିଲ: ୬ ଟ୍ରେନ୍ର ଚଳାଚଳରେ ପରିବର୍ତ୍ତନ, Sorry, my English is bad:)

