‘ରାଧା ଭାଇନା’ଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି; ଦ୍ୱାଦଶ ଦିବସରେ ଏକାଠି ହେଲେ ପୁରୁଣାପଡ଼ାବାସୀ

 


ପୁରୁଣାପଡ଼ା, ୨୮ ସେପ୍ଟେମ୍ବର (ସିଂହନାଦ): ପୁରୁଣାପଡ଼ାର ‘ରାଧା ଭାଇନା’ ଭାବେ ସୁପରିଚିତ ରାଧେଶ୍ୟାମ ଡାକୁଆ (୬୮)ଙ୍କ ଦେହାନ୍ତର ଦ୍ୱାଦଶ ଦିବସ ଅବସରରେ ସ୍ଥାନୀୟ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ସମୂହ କମିଟିର ସଭାପତି ଇନ୍ଦ୍ରଜିତ ମହାଖୁଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବହୁ ସ୍ଥାନୀୟ ମହିଳା ଓ ପୁରୁଷ ଯୋଗଦେଇ ଦିବଙ୍ଗତ ରାଧେଶ୍ୟାମ ଡାକୁଆଙ୍କ ସ୍ମୃତିଚାରଣ କରିଥିଲେ।

ପୁରୁଣାପଡ଼ାର ଘରେ ଘରେ ପରିଚିତ ଓ ପ୍ରିୟ ଥିଲେ ରାଧେଶ୍ୟାମ ଡାକୁଆ। ତାଙ୍କର ସରଳ, ଅମାୟିକ ଓ ସ୍ନେହଶୀଳ ବ୍ୟବହାର ଯୋଗୁଁ ସେ ସ୍ଥାନୀୟ ଲୋକଙ୍କ ସହ ନିବିଡ଼ ଭାବେ ଜଡ଼ିତ ଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ବ୍ୟକ୍ତିମାନେ ତାଙ୍କ ସହ ବିତାଇଥିବା ସମୟ ଓ ସ୍ମୃତିକୁ ମନେ ପକାଇଥିଲେ।

ଏହି ଅବସରରେ ସିଦ୍ଧାର୍ଥ ନାୟକ, ପରୀକ୍ଷିତ ବିଶ୍ୱାଳ, କମ୍ଭୁପାଣି ପରିଚ୍ଛା, ସୀତାକାନ୍ତ ପ୍ରଧାନ, ଲକ୍ଷ୍ମୀନାରାୟଣ ପଣ୍ଡା, ଇନ୍ଦ୍ରମଣି ଡାକୁଆ, ସୁରେନ୍ଦ୍ର ଡାକୁଆ, ପ୍ରଶାନ୍ତ ପ୍ରଧାନ, ମନମୋହନ ପ୍ରଧାନ, କୃଷ୍ଣଚନ୍ଦ୍ର ପ୍ରଧାନ ଓ ଚନ୍ଦ୍ରଶେଖର ଡାକୁଆଙ୍କ ସମେତ ବହୁ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ।

ସଭାରେ ରାଧେଶ୍ୟାମ ଡାକୁଆଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା। ଏଥିସହ ଶୋକସନ୍ତପ୍ତ ପରିବାର ପ୍ରତି ଉପସ୍ଥିତ ସମସ୍ତେ ସମବେଦନା ପ୍ରକାଶ କରିଥିଲେ।

Thanks for reading: ‘ରାଧା ଭାଇନା’ଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି; ଦ୍ୱାଦଶ ଦିବସରେ ଏକାଠି ହେଲେ ପୁରୁଣାପଡ଼ାବାସୀ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.