ସ୍ମଶାନରେ ସବୁଜ ସଂକଳ୍ପ: ୨୫ତମ ସପ୍ତାହରେ ବୃକ୍ଷରୋପଣ କଲା ସୁରକ୍ଷା ସମିତି

 


ସଫେଇରୁ ସବୁଜିମା ଅଭିଯାନ; ପୁରୁଣାପଡ଼ା ସ୍ମଶାନର ବିକାଶ ପାଇଁ ନିରନ୍ତର ପ୍ରୟାସ

ପୁରୁଣାପଡ଼ା ସ୍ମଶାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭବାନୀପାଟଣା, ୧୫ ସେପ୍ଟେମ୍ବର (ସିଂହନାଦ): ଭବାନୀପାଟଣା ସହର ଅନ୍ତର୍ଗତ ପୁରୁଣାପଡ଼ା ସ୍ମଶାନକୁ ସ୍ୱଚ୍ଛ, ସୁରକ୍ଷିତ ଓ ସବୁଜ କରିବା ଲକ୍ଷ୍ୟରେ ସ୍ମଶାନ ସୁରକ୍ଷା ସମିତି ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଛି। ଏହି କ୍ରମରେ ୨୫ତମ ସପ୍ତାହ ତଥା ରୌପ୍ୟ ସପ୍ତାହ ସଫେଇ କାର୍ଯ୍ୟକ୍ରମ ଅବସରରେ ସ୍ମଶାନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି।

ସମିତି ସଭାପତି ଇଂ. ନିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କଳାହାଣ୍ଡି ଉତ୍ତର ବନଖଣ୍ଡର ସହକାରୀ ବନ ସଂରକ୍ଷକ ଶ୍ରୀମତୀ ଲିଲି ଅମାନତ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପୁରୁଣାପଡ଼ା ମନ୍ଦିର ସମୂହର ସଭାପତି ଇନ୍ଦ୍ରଜିତ ମହାଖୁଡ଼ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

ପରିବେଶବିତ୍‌ ତଥା ପ୍ରକୃତିବନ୍ଧୁ ଏବଂ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ଶିକ୍ଷାବିତ୍‌ ରବୀନ୍ଦ୍ର ପଟ୍ଟନାୟକ, କାଉନସିଲର ମହେନ୍ଦ୍ର ରାଉତ ଓ ରଞ୍ଜୁକ୍ତା ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ସମିତି ପକ୍ଷରୁ ଚାଲିଥିବା ୨୫ତମ ସପ୍ତାହର ସଫେଇ ଅଭିଯାନ ସହ ସ୍ମଶାନ ପରିସରରେ କାଠ ମହଜୁଦ ରଖିବା, ବିଭିନ୍ନ ଉପକରଣ ଯୋଗାଇବା ଏବଂ ଶାରୀରିକ ପରିଶ୍ରମ କରି ସ୍ମଶାନକୁ ସୁରକ୍ଷିତ ରଖିବା ପ୍ରୟାସକୁ ଅତିଥିମାନେ ପ୍ରଶଂସା କରିଥିଲେ।

ଗତ ଜୁଲାଇ ୫ ତାରିଖରେ ବନ ମହୋତ୍ସବ ଅବସରରେ ପ୍ରବଳ ବର୍ଷା ସତ୍ତ୍ୱେ ଉତ୍ତର ବନଖଣ୍ଡ ଅଧିକାରୀଙ୍କ ଉପସ୍ଥିତିରେ ବୃକ୍ଷରୋପଣ କରାଯାଇଥିଲା। ଏହାର ଧାରାକୁ ଜାରି ରଖି ଆଜିର ବୃକ୍ଷରୋପଣ କାର୍ଯ୍ୟକ୍ରମ ସମିତି ସଦସ୍ୟ ଓ ଉପସ୍ଥିତ ଅତିଥିମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ନେଇ ଉତ୍ସାହ ସୃଷ୍ଟି କରିଥିଲା।

ଏହି ଅବସରରେ ସ୍ମଶାନର ବିକାଶ ଓ ସୁରକ୍ଷା ପାଇଁ ସହଯୋଗ କରିଥିବା ବଦାନ୍ୟ ବ୍ୟକ୍ତିବିଶେଷ ଓ ବିଭିନ୍ନ ଅନୁଷ୍ଠାନକୁ ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।

ସନ୍ତୋଷ ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କମ୍ଭୁପାଣି ପରିଛା ବିବରଣୀ ପାଠ କରିଥିଲେ। ଲକ୍ଷ୍ମୀକାନ୍ତ ପଣ୍ଡା ମଞ୍ଚ ପରିଚାଳନା କରିଥିବାବେଳେ ଦୁଃଖୀଶ୍ୟାମ ପ୍ରଧାନ ସମସ୍ତ କାର୍ଯ୍ୟ ସଂଚାଳନ କରିଥିଲେ। ସମିତିର ସମସ୍ତ ସଦସ୍ୟଙ୍କ ସହ ଭୋଇଗୁଡ଼ା ସିଭିଲ ସୋସାଇଟି ସହଯୋଗ କରିଥିଲା। ଶେଷରେ ସୀତାକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Thanks for reading: ସ୍ମଶାନରେ ସବୁଜ ସଂକଳ୍ପ: ୨୫ତମ ସପ୍ତାହରେ ବୃକ୍ଷରୋପଣ କଲା ସୁରକ୍ଷା ସମିତି, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.