ଭୁବନେଶ୍ୱର, ୨ ସେପ୍ଟେମ୍ବର : ଓଡ଼ିଶାର ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଉଥିବା ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବର୍ଗର ଛାତ୍ରଛାତ୍ରୀଙ୍କୁ ମିଳିବ ବଡ଼ ଆର୍ଥିକ ରାହାତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯୋଗ୍ୟ SC-ST ଛାତ୍ରଛାତ୍ରୀଙ୍କୁ ଆଡମିଶନ ସମୟରେ କୌଣସି ଫି’ ଜମା କରିବାକୁ ପଡ଼ିବ ନାହିଁ।
ସୂଚନା ଅନୁସାରେ, ପ୍ରବେଶିକା ପରୀକ୍ଷାରେ ଭଲ ରାଙ୍କ ହାସଲ କରିବା ପରେ ମଧ୍ୟ ଅନେକ ମେଧାବୀ SC-ST ଛାତ୍ରଛାତ୍ରୀ ଆଡମିଶନ ସମୟରେ ଆବଶ୍ୟକ ଟଙ୍କା ଯୋଗାଡ଼ କରିନପାରିବାରୁ ଆର୍ଥିକ ସମସ୍ୟାରେ ପଡ଼ୁଥିବା ମାମଲା ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିଥିଲା।
ଏହାକୁ ଦୃଷ୍ଟିରେ ରଖି ଆଡମିଶନ ସମୟରେ ଫି’ ଦେୟରୁ ରାହାତ ଦେବା ସହ ଆଡମିଶନ ପରେ ୬ ମାସ ପର୍ଯ୍ୟନ୍ତ ମଧ୍ୟ ଫି’ ଜମା କରିବାରୁ ଛାତ୍ରଛାତ୍ରୀଙ୍କୁ ରାହାତ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ କେଉଁ କେଉଁ ଫି’ ଏହି ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ଭାବେ ଅନ୍ତର୍ଭୁକ୍ତ ହେବ, ସେନେଇ ବିସ୍ତୃତ ନିୟମାବଳୀ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଜାରି ହେବ। ଏହି ପଦକ୍ଷେପ ଫଳରେ ଆର୍ଥିକ ଅସୁବିଧା ଯୋଗୁଁ ମେଧାବୀ SC-ST ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ସୁଯୋଗ ହାତଛଡ଼ା ହେବା ଆଶଙ୍କା କମିବ ବୋଲି ଆଶା କରାଯାଉଛି।
ସିଂହନାଦ ବିଶେଷ: ମେଧାବୀ ଛାତ୍ରଛାତ୍ରୀଙ୍କ ଆର୍ଥିକ ବାଧା ଦୂର କରିବା ଦିଗରେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।
Thanks for reading: SC-ST ଛାତ୍ରଛାତ୍ରୀଙ୍କୁ ବଡ଼ ଆଶ୍ୱାସନ : ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଆଡମିଶନ ଫି’ ଦେବାକୁ ପଡ଼ିବ ନାହିଁ, Sorry, my English is bad:)

