କେନ୍ଦ୍ରର ବଡ଼ ନିଷ୍ପତ୍ତି: NCSKର ନୂଆ ଅଧ୍ୟକ୍ଷ ଭଗବତ ମକୱାନା, ଉପାଧ୍ୟକ୍ଷ ଓଡ଼ିଶାର କୈଶବ ବିହାରୀ

 


ସଫେଇ କର୍ମଚାରୀଙ୍କ ଅଧିକାର ଓ କଲ୍ୟାଣ ପାଇଁ ଗଠିତ ଆୟୋଗରେ ୫ ଜଣଙ୍କ ନିଯୁକ୍ତି

ନୂଆଦିଲ୍ଲୀ, ୬ ସେପ୍ଟେମ୍ବର ୨୦୨୬: ସଫେଇ କର୍ମଚାରୀଙ୍କ ଅଧିକାର, ସୁରକ୍ଷା ଓ କଲ୍ୟାଣ ସମ୍ପର୍କିତ ବିଷୟରେ କାର୍ଯ୍ୟ କରୁଥିବା National Commission for Safai Karamcharis (NCSK)ରେ କେନ୍ଦ୍ର ସରକାର ୫ ଜଣଙ୍କୁ ନିଯୁକ୍ତ କରିଛନ୍ତି। ୬ ସେପ୍ଟେମ୍ବରରେ ଜାରି ସରକାରୀ ଆଦେଶ ଅନୁଯାୟୀ ଭଗବତ ପ୍ରସାଦ ମକୱାନାଙ୍କୁ ଅଧ୍ୟକ୍ଷ ଏବଂ କୈଶବ ବିହାରୀଙ୍କୁ ଉପାଧ୍ୟକ୍ଷ କରାଯାଇଛି।

ଆୟୋଗର ସଦସ୍ୟ ଭାବେ ମନୋଜ କୁମାର ବାଲ୍ମିକୀ, ସୁଷମା ଗୌଡିୟାଲ ଓ ରବି ରାମୁ କାଲୋସେ ନିଯୁକ୍ତ ହୋଇଛନ୍ତି।


କିଏ କେଉଁ ପଦରେ?

ଅଧ୍ୟକ୍ଷ: ଭଗବତ ପ୍ରସାଦ ମକୱାନା

ଉପାଧ୍ୟକ୍ଷ: କୈଶବ ବିହାରୀ

ସଦସ୍ୟ: ମନୋଜ କୁମାର ବାଲ୍ମିକୀ

ସଦସ୍ୟ: ସୁଷମା ଗୌଡିୟାଲ

ସଦସ୍ୟ: ରବି ରାମୁ କାଲୋସେ

୨୦୨୮ ପର୍ଯ୍ୟନ୍ତ ରହିବ କାର୍ଯ୍ୟକାଳ


ସରକାରୀ ଆଦେଶ ଅନୁଯାୟୀ ନୂଆ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ସଦସ୍ୟମାନଙ୍କ କାର୍ଯ୍ୟକାଳ ୩୧ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ରହିବ। ଏହି ନିଯୁକ୍ତି ସହ NCSKର ନୂଆ ଟିମ୍‌ର କାର୍ଯ୍ୟକଳାପ ଆରମ୍ଭ ହେବ।

ସିଂହନାଦ ବ୍ୟୁରୋ | ନୂଆଦିଲ୍ଲୀ

Thanks for reading: କେନ୍ଦ୍ରର ବଡ଼ ନିଷ୍ପତ୍ତି: NCSKର ନୂଆ ଅଧ୍ୟକ୍ଷ ଭଗବତ ମକୱାନା, ଉପାଧ୍ୟକ୍ଷ ଓଡ଼ିଶାର କୈଶବ ବିହାରୀ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.