ଭବାନୀପାଟଣା: ଭବାନୀପାଟଣା ସହରର ପୁରୁଣାପଡ଼ା ନିବାସୀ ବେଣୁଧର ପ୍ରଧାନଙ୍କ ଧର୍ମପତ୍ନୀ ତଥା ସୁପରିଚିତ ମମତା ପ୍ରଧାନ (୫୨)ଙ୍କ ଅକାଳ ବିୟୋଗରେ ପରିବାର, ଜ୍ଞାତିକୁଟୁମ୍ବ, ପୁରୁଣାପଡ଼ାବାସୀ ଓ ପରିଚିତ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।
ମମତା ପ୍ରଧାନ ସୋମବାର ୨୧ ତାରିଖ ଦିନ ପ୍ରାୟ ୨ଟା ବେଳେ ପ୍ରଦେଶୀପଡ଼ାସ୍ଥିତ ପିଡବ୍ଲ୍ୟୁଡି କଲୋନୀର ସରକାରୀ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ତାଙ୍କ ଶେଷକୃତ୍ୟ ପୁରୁଣାପଡ଼ା ଆଦର୍ଶ ଶ୍ମଶାନରେ ଶୋକାକୁଳ ପରିବେଶରେ ସମ୍ପନ୍ନ ହୋଇଥିଲା। ପୁତ୍ର ଶିବାନନ୍ଦ ପ୍ରଧାନ ଓ ଭାଇ ଭାବଗ୍ରାହୀ ପ୍ରଧାନ ମୁଖାଗ୍ନି ଦେଇଥିଲେ।
ମମତା ପ୍ରଧାନ ଜଣେ ମେଳାପୀ, ମିଷ୍ଟଭାଷୀ ଓ ସ୍ନେହଶୀଳ ମହିଳା ଭାବେ ପରିବାର ଓ ପରିଚିତ ମହଲରେ ସୁପରିଚିତ ଥିଲେ। ତାଙ୍କ ସରଳ ଓ ଆତ୍ମୀୟ ବ୍ୟବହାର ସମସ୍ତଙ୍କ ମନରେ ତାଙ୍କର ସ୍ମୃତିକୁ ସଦା ଜୀବନ୍ତ ରଖିବ।
ତାଙ୍କ ବିୟୋଗରେ ପରିବାରବର୍ଗ, ଜ୍ଞାତିକୁଟୁମ୍ବ ଓ ପରିଚିତ ମହଲ ପକ୍ଷରୁ ଗଭୀର ଶୋକ ପ୍ରକାଶ ସହ ଶୋକସନ୍ତପ୍ତ ପରିବାର ପ୍ରତି ଆନ୍ତରିକ ସମବେଦନା ଜ୍ଞାପନ କରାଯାଇଛି। ଈଶ୍ୱର ତାଙ୍କ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।
ସିଂହନାଦ (SIMHANAAD)
Thanks for reading: ମମତା ପ୍ରଧାନଙ୍କ ଅକାଳ ବିୟୋଗ, Sorry, my English is bad:)

