ଭବାନୀପାଟଣା, ୧୩ ସେପ୍ଟେମ୍ବର ୨୦୨୬, ସିଂହନାଦ (SIMHANAAD): କଳାହାଣ୍ଡି ଜିଲ୍ଲାରେ ପାଣିପାଗରେ ପରିବର୍ତ୍ତନକୁ ନେଇ ସତର୍କତା ଜାରି ହୋଇଛି। ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସହ ବଜ୍ରପାତ ଓ ଝୋଡ଼ ପବନ ହେବାର ଆଶଙ୍କା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପୂର୍ବାନୁମାନ ଅନୁଯାୟୀ, କଳାହାଣ୍ଡିର କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏହା ସହିତ ଘଣ୍ଟାପ୍ରତି ପ୍ରାୟ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି।
ବଜ୍ରପାତ ସମୟରେ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଖୋଲା ପଡ଼ିଆ, ଗଛତଳ, ନଦୀ କିମ୍ବା ଜଳାଶୟ ନିକଟରେ ରହିବାରୁ ଦୂରେଇ ସୁରକ୍ଷିତ ଘର କିମ୍ବା ଅନ୍ୟ ଆଶ୍ରୟସ୍ଥଳରେ ରହିବା ଜରୁରୀ। ବର୍ଷା ସମୟରେ ବିଦ୍ୟୁତ୍ ତାର, ଖୁଣ୍ଟ ଓ ଗଛଠାରୁ ଦୂରେଇ ରହିବାକୁ ମଧ୍ୟ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।
ଚାଷୀମାନେ ମଧ୍ୟ ପାଣିପାଗର ସଦ୍ୟତମ ସୂଚନା ଉପରେ ନଜର ରଖିବା ସହ ବଜ୍ରପାତ ସମୟରେ ଖୋଲା ଜମିରେ କାମ ନକରିବାକୁ ସତର୍କ ରହିବା ଆବଶ୍ୟକ।
ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
Thanks for reading: କଳାହାଣ୍ଡିରେ ପାଣିପାଗର ପଟ ପରିବର୍ତ୍ତନ! ବର୍ଷା ସହ ବଜ୍ରପାତ ଆଶଙ୍କା, Sorry, my English is bad:)

