ଲଘୁଚାପ ପ୍ରଭାବରେ ଅତି ପ୍ରବଳ ବର୍ଷା ଆଶଙ୍କା, ସତର୍କ ରହିବାକୁ ପରାମର୍ଶ
ଭବାନୀପାଟଣା, ୨୧ ସେପ୍ଟେମ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେଉଥିବାରୁ କଳାହାଣ୍ଡି ଜିଲ୍ଲାରେ ଆସନ୍ତା ୨୩ ଓ ୨୪ ସେପ୍ଟେମ୍ବରରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ କଳାହାଣ୍ଡି ସମେତ କିଛି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି ହୋଇଥିବା ରିପୋର୍ଟ ମିଳିଛି।
ଲଘୁଚାପର ପ୍ରଭାବରେ ଓଡ଼ିଶାର ଅନେକ ଅଞ୍ଚଳରେ ଭାରୀ ବର୍ଷା ହୋଇପାରେ। କଳାହାଣ୍ଡିର ପାହାଡ଼ିଆ, ନଦୀନାଳ ଓ ତଳିଆ ଅଞ୍ଚଳରେ ଅଧିକ ବର୍ଷା ହେଲେ ଜଳସ୍ତର ବୃଦ୍ଧି ଏବଂ ଯାତାୟାତ ପ୍ରଭାବିତ ହେବାର ଆଶଙ୍କା ରହିଛି।
ବର୍ଷା ସମୟରେ ନଦୀ, ନାଳ ଓ ପାଣି ଜମିଥିବା ଅଞ୍ଚଳକୁ ନଯିବା ସହ ପାଣିପାଗ ବିଭାଗ ଓ ସ୍ଥାନୀୟ ପ୍ରଶାସନର ସତର୍କତାକୁ ମାନିବାକୁ ପରାମର୍ଶ ଦିଆଯାଇଛି।
ସିଂହନାଦ (SIMHANAAD)
କଳାହାଣ୍ଡି
Thanks for reading: କଳାହାଣ୍ଡିକୁ ବର୍ଷାର ବଡ଼ ବିପଦ! ୨୩–୨୪ରେ ରେଡ୍ ଆଲର୍ଟ, Sorry, my English is bad:)

